36.1 C
Bhubaneswar
Sunday, May 19, 2024
Homeଓଡିଶାସ୍ତ୍ରୀ ତଲସୁର ଆତ୍ମସମର୍ପଣ ପରେ ସ୍ୱାମୀ କଲା ଆତ୍ମସମର୍ପଣ 

ସ୍ତ୍ରୀ ତଲସୁର ଆତ୍ମସମର୍ପଣ ପରେ ସ୍ୱାମୀ କଲା ଆତ୍ମସମର୍ପଣ 

କୋରାପୁଟ : ଏସିଏମ୍ କ୍ୟାଡର ମାଓବାଦୀ ସୋନାଲ୍ ମାଡଭି ଓରଫ କିରଣ୍ ଅରଜି କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ରାଜେଶ ପଣ୍ଡିତ ଏକ ସାମ୍ବ।।ଦିକ ସମିଳନୀରେ ଏହା ପ୍ରକାଶ କରିଛନ୍ତି । ଜିଲ୍ଲଶ ପୋଲିସ ମୁଖ୍ୟାଳୟରେ ଏସପି ବରୁଣ ଗୁଣ୍ଟୁପାଲ୍ଲିଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଡିଆଇଜି ସୋନାଲ୍ ମାଡଭିର ଆତ୍ମସମର୍ପଣ ସମ୍ପର୍କରେ ସୂଚନା ଦେଇଛନ୍ତି । ସୋନାଲ୍ ମାଡଭି ଓରଫ କିରଣ ଛତିଶଗଡର ବିଜାପୁର ଜିଲ୍ଲା ପାମେଡ୍ ଥାନା ଜରାପଲ୍ଲି ପଞ୍ଚାୟତ ମେଦାଗୁଡା ଗ୍ରାମର ହୋଇଥିବାବେଳେ ସେ ଓଡିଆ, ତେଲୁଗୁ, ଛତିଶଗଡି ଏବଂ କୁଇଭାଷା ଜାଣିଥିବା ଜଣାପଡିଛି । ପତ୍ନୀ ତଲସା ହୁଇକା ଓରଫ ତଲସୁ ଗତ ଜୁଲାଇ ୧୮ରେ କୋରାପୁଟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିକଟରେ ଆତ୍ମସମର୍ପ କରିଥିଲା ଓ ସେହି କାରଣରୁ ସେ ମଧ୍ୟ ମାଓ ସଂଗଠନ ଛାତି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଆଜି ଆତ୍ମସମର୍ପଣ କରିଥିବା ସୋନାଲ୍ ପୋଲିସ ନିକଟରେ ପ୍ରକାଶ କରିଛି । ୨୦୧୨ ରେ ସୋନାଲ୍ ମାଡଭି ସିପିଆଇ(ମାଓଇଷ୍ଟ)ରେ ଛତିଶଗଡ ପାମେଡୁ ଏରିଆ କମିଟିରେ ଜଣେ ସଦସ୍ୟ ଭାବେ ଯୋଗ ଦେଇଥିଲା । ପରବର୍ତି ସମୟରେ ପଦନ୍ନୋତି ପାଇ ୨୦୧୫ରୁ ୨୦୧୮ ଯାଏ ନନ୍ଦପୁର,ଗୁମ୍ମା ଓ ପେଦାବାଇଲୁ ଏରିଆ କମିଟି ମେମ୍ବର ଭାବେ ଦାୟିତ୍ୱ ତୂଲାଉ ଥିବାବେଳେ ୨୦୧୮ରେ ଆନ୍ଧ୍ର ପୋଲିସ ଦ୍ୱାରା ଗିରଫ ହୋଇଥିଲା । ସୋନାଲର ସ୍ତ୍ରୀ ତଲସୁ ମାଓ ସଂଗଠନରେ ସକ୍ରୀୟ ଥିବାରୁ ସେ ୨୦୧୯ ମଇ ମାସରେ ଜେଲରୁ ମୁକୁଳିବା ପରେ ପୁନର୍ବାର ମାଓ ସଂଗଠନରେ ଯୋଗ ଦେଇ ଗୁମ୍ମା ଏରିଆ କମିଟିରେ ଯୋଗ ଦେଇଥିଲା । କିନ୍ତୁ ଗତ ଜୁଲାଇରେ ତଲସୁ ଆତ୍ମସମର୍ପଣ କରିଥିବାରୁ ସେ ମଧ୍ୟ ଆତ୍ମସମର୍ପଣ କରିଥିବା ଡିଆଇଜି ସୂଚନା ଦେଇଛନ୍ତି । ୨୦୧୬ ରାମାଗୁଡା ଗୁଳି ବିନିମୟ,୨୦୧୫ର ବେଇଜିଂ ଗୁଳିବ ବିନିମୟ,୨୦୧୯ରେ ତିରିଆ ,୨୦୨୦ରେ ତୋଟାଗୁଡା ଓ ୨୦୨୧ର ଚଣ୍ଡାମେଟା ଗୁଳି ବିନିମୟ ଘଟଣାରେ ସୋନାଲ୍ ମାଡଭି ସମ୍ପୃକ୍ତ ଥିବା ଡିଆଇଜି ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି । ତେବେ ସୋନାଲକୁ ଆତ୍ମସମର୍ପର୍ଣ କରିଥିବାରୁ ରାଜ୍ୟ ସରକାର ସୋନାଲ୍ ଓରଫ କିରଣ ମୁଣ୍ଡ ଉପରେ ଘୋଷଣା କରିଥିବା ୪ ଲକ୍ଷ ଟଙ୍କ ପୁରଷ୍କାର ରାଶି ତାକୁ ଦିଆଯିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଦିଆ ଯାଉଥିବା ସମସ୍ତ ସୁବିଧା ତାକୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଡିଆଇଜି ସାମ୍ବାଦିକ ସମିଳୀରେ ପ୍ରକାଶ କରିଛନ୍ତି । ମାଓ ସଙ୍ଗଠନରେ ଥିବା ଅନେକ ଯୁବକ ଯୁବତୀ ଭୟରେ କ୍ୟାମ୍ପ ଛାଡି ଆସି ପାରୁନଥିବା ସୋନାଲ୍ ନିକଟରୁ ଡିଆଇଜି ଜାଣିବା ପରେ ସେ ଅନ୍ୟମାନଙ୍କୁ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking