16.1 C
Bhubaneswar
Monday, December 16, 2024
Homeଓଡିଶାରେଳ ଷ୍ଟେସନରେ ଲାଗିଲା ମାଓ ବ୍ୟାନର, ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ

ରେଳ ଷ୍ଟେସନରେ ଲାଗିଲା ମାଓ ବ୍ୟାନର, ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ

ମାଲକାନଗିରି: ରେଳ ଷ୍ଟେସନରେ ନକ୍ସଲ ବ୍ୟାନର ଲାଗିଛି। ନକ୍ସଲମାନେ ଆଗାମୀ ୨୮ ତାରିଖ ଠାରୁ ଅଗଷ୍ଟ ୩ ଯାଏଁ ସହିଦ ଦିବସ ପାଳନ କରିବାକୁ ଚେତାବନୀ ଦେଇଛନ୍ତି। ପଡ଼ୋଶୀ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ଭାନ୍ସୀ ରେଳ ଷ୍ଟେସନରେ ଏହି ବ୍ୟାନର ଝୁଲୁଛି। କୁହାଯାଉଛି ଯେ, ନକ୍ସଲମାନେ ସାଧାରଣ ବେଶରେ ରେଳଷ୍ଟେସନକୁ ପହଞ୍ଚିଥିଲେ। ରେଳ କର୍ମଚାରୀଙ୍କ ଉପସ୍ଥିତିରେ ସେମାନେ କାହାରିକୁ ଭୟ ନକରି ନକ୍ସଲ ବ୍ୟାନର ଲଗାଇଥିଲେ। ଏହା ପରେ ଜଙ୍ଗଲ ଭିତରକୁ ପୁଣି ଫେରି ଯାଇଥିଲେ। ରେଳ ଷ୍ଟେସନରେ ମୁତୟନ ଥିବା ଯବାନମାନେ ମାଓ ବ୍ୟାନରକୁ ହଟାଇ ଦେଇଛନ୍ତି। ରେଳବାଇ ତରଫରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କୁହାଯାଇଛି ଯେ, ଶନିବାର ବିଳମ୍ବିତ ରାତିରେ ୫ରୁ ୬ ଜଣ ନକ୍ସଲ ଭାନ୍ସୀ ରେଳ ଷ୍ଟେସନକୁ ଆସିଥିଲେ। ସେମାନେ ଗ୍ରାମାଞ୍ଚଳର ଲୋକ ଭଳି ଦେଖାଯାଉଥିଲେ। ନକ୍ସଲମାନେ ଜଙ୍ଗଲ ଭିତରୁ ଆସିଥିବା ବେଳେ ରେଳ ଷ୍ଟେସନରେ ବ୍ୟାନର ଲଗାଇ ପୁଣି ଫେରି ଯାଇଥିଲେ। ନକ୍ସଲମାନେ ଏହି ବ୍ୟାନରରେ ଲେଖିଛନ୍ତି ଯେ, ଅମର ସହିଦଙ୍କ ଆଶା ପୂରା କରିବୁ। ପୁଂଜୀବାଦ, ସାମ୍ରାଜ୍ୟବାଦ, ସରକାରୀ ବାବୁଙ୍କୁ ବିରୋଧ କରାଯାଉଛି। ନକ୍ସଲମାନେ ପ୍ରତିବର୍ଷ ଜୁଲାଇ ୨୭ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିଥାନ୍ତି। ଏହି ସମୟରେ ପୁଲିସର ଗୁଳିରେ ନିହତ ହୋଇଥିବା ସାଥୀ ଯବାନଙ୍କୁ ମନେ ପକାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking