27.1 C
Bhubaneswar
Monday, November 18, 2024
Homeଓଡିଶାୟୁକ୍ରେନରେ ଫସି ରହିଛନ୍ତି ଅନେକ ଓଡିଆ ଛାତ୍ର, ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ 

ୟୁକ୍ରେନରେ ଫସି ରହିଛନ୍ତି ଅନେକ ଓଡିଆ ଛାତ୍ର, ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ 

ଢେଙ୍କାନାଳ : ୟୁକ୍ରେନରେ ସଙ୍କଟ ବେଳେ ସେଠାରେ ଫସି ରହିଛନ୍ତି ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ସୁପ୍ରିତ ସାହୁ । ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ୟୁକ୍ରେନରେ ପାଠ ପଢୁଛନ୍ତି । ତିନିମାସ ତଳେ ଡାକ୍ତରୀ ପାଠ ପଢିବା ପାଇଁ ସେ ଢେଙ୍କାନାଳରୁ ଯାଇଛନ୍ତି । ଯୁଦ୍ଧ ଖବର ମିଳିବା ପରେ ତାଙ୍କ ମାଆ ସନ୍ଧ୍ୟାରାଣୀ ଆଜି ସୁପ୍ରିତଙ୍କ ସହ କଥା ହୋଇଛନ୍ତି । ପୁଅର ଆସିବା ବାଟକୁ ପରିବାର ଲୋକେ ଅନାଇ ବସିଛନ୍ତି । ସେହିପରି ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରୀତାଂସୁ ଦାସ । ୟୁକ୍ରେନରେ ଫସି ରହିଥିବାରୁ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି । କିଭଳି ପୁଅ ସୁରକ୍ଷିତ ଫେରିଆସିବ ସେନେଇ ଚିନ୍ତାରେ । ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଶ୍ରୀତାଂସୁ । ଠିକ ସେହିପରି କଟକର ଆର୍ଯ୍ୟମାନ ଅଭିଷେକ ବି ଗତ ୬ବର୍ଷ ଧରି ସେ ସେଠାରେ ମେଡିକାଲ ପାଠ ପଢୁଛନ୍ତି । ବର୍ତ୍ତମାନ ଯୁକ୍ରେନରେ ଯୁଦ୍ଧ ପରିସ୍ଥିତି ଉପୁଜିବା ପରେ ଭାରତୀୟଙ୍କ ସୁରକ୍ଷା ଦିଗରେ ଉଠିଛି ବଡ଼ ପ୍ରଶ୍ନ । ଏଭଳି ସମୟରେ ପୁଅର ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଆର୍ଯ୍ୟମାନଙ୍କ ମା’ । ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ପୁଅର ସୁରକ୍ଷା ପାଇଁ ପୁରା ପରିବାର ଚିନ୍ତାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking