ଭୁବନେଶ୍ୱର: ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଆଜି ଘୋଷଣା କରାଯାଇଛି । ୩୫ ଜଣିଆ ତାଲିକା ଜାରି କଲେ ମନମୋହନ ସାମଲ ।
ମନମୋହନ ଜାରି କରିଥିବା ଉପସଭାପତିଙ୍କ ତାଲିକାରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ଓ ଲେଖାଶ୍ରୀ ସାମନ୍ତସିଂହାର,ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ଶ୍ରୀମତି ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତି,ରମେଶ ଚନ୍ଦ୍ର ସାହୁ,ଟଙ୍କଧର ତ୍ରିପାଠୀ, ନବୀନ ରାମ, ଶ୍ରୀମତି ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀମତି କସ୍ତୁରୀ ମିଶ୍ର, ଶ୍ରୀମତି ପୂର୍ଣ୍ଣିମା ନାୟକ ଓ ଇରାଶିଷ ଆଚାର୍ଯ୍ୟ।
ଅନ୍ୟପଟେ ଏସ୍ଟି ମୋର୍ଚ୍ଚା ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ସଭାପତି କରାଯାଇଛି । ବିଭୁପ୍ରସାଦ ତରାଇଙ୍କୁ ଏସ୍ସି ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ମିଳିଛି । ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦେଇଛନ୍ତି ମନମୋହନ ।