ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ମିଳିଲାନି ଜାମିନ। ତେବେ କୋର୍ଟ ତାଙ୍କର ଜାମିନକୁ ଖାରଜ କରିବା ସହିତ ସେ ଜାମିନ ହାସଲ କରିବାକୁ ସକ୍ଷମ ନୁହନ୍ତି ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ବିଚାରପତି କହିଛନ୍ତି ଯଦି ପୁଣି ବିନା ପ୍ରମାଣରେ କୋର୍ଟରେ ଆବେଦନ କରାଯାଏ ତେବେ ଓକିଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ମୁତାବକ, ଦିଲ୍ଲୀ ଅବକାରୀ ବିଭାଗ ମନି ଲଣ୍ତରିଂ ଓ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପରେ ଦିଲ୍ଲୀ ହାଇକୋର୍ଟରେ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ତରିଂ ଓ ଦୁର୍ନୀତି ମାମଲାରେ ଜାମିନ ପାଇଁ ଆବେଦନ କରିଥିଲେ ସିସୋଦିଆ। ହେଲେ ତାଙ୍କର ସେହି ଜାମିନ ଆବେଦନକୁ ଖାରଜ କରିଛି ଦିଲ୍ଲୀ ହାଇକୋର୍ଟ। ତେବେ ମନୀଷ ସିସୋଦିଆ ଦୁର୍ନୀତି ସହ ଜଡ଼ିତ ପ୍ରମାଣ ନଷ୍ଟ କରିବା ସହିତ ବୈଦ୍ୟୁତିକ ପ୍ରମାଣକୁ ନଷ୍ଟ କରିବା କାମରେ ଲିପ୍ତ ଥିବାରୁ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ତାଙ୍କୁ ଜାମିନ ଦେଇ ନାହାନ୍ତି। ହାଇକୋର୍ଟ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା କହିଛନ୍ତି ଯେ, ଏହି ମାମଲାରେ ଆବେଦନକାରୀ ନିଜ ସପକ୍ଷରେ ଜାମିନ ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି ତେଣୁ ଏଥିପାଇଁ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛି।