ନୂଆଦିଲ୍ଲୀ: ମଣିପୁରରେ ଘଟିଥିବା ହିଂସାତ୍ମକ ଘଟଣା ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ କେବଳ ଚରମ ପରିସ୍ଥିତିରେ ପ୍ରଶାସନ ଏଭଳି ପଦକ୍ଷେପ ନେବ। ମଣିପୁରରେ ଘଟିଥିବା ହିଂସାତ୍ମକ ଘଟଣା ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ କେବଳ ଚରମ ପରିସ୍ଥିତିରେ ପ୍ରଶାସନ ଏଭଳି ପଦକ୍ଷେପ ନେବ।
ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ ଏକ ଭିଡିଓ ଜାରି କରି ଶାନ୍ତି ପାଇଁ ସରକାରଙ୍କୁ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଭୁଲ ବୁଝାମଣା ହେତୁ ରାଜ୍ୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟୁଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ଯିଏ ଭଙ୍ଗାରୁଜା କିମ୍ବା ହିଂସା ଘଟାଇବ, ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
My humble appeal to everyone in the State to cooperate with the Government in maintaining peace & harmony at this hour. pic.twitter.com/qViqbuflWr
— N.Biren Singh (@NBirenSingh) May 4, 2023