18.1 C
Bhubaneswar
Tuesday, November 19, 2024
Homeଓଡିଶାମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ !

ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ !

ବଲାଙ୍ଗୀର : ମହାଲିଙ୍ଗ ମିଷ୍ଟ୍ରି : ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି । ମମିତା ମେହେରଙ୍କୁ ହତ୍ୟା କରିଥିବା ଗୋବିନ୍ଦ ମାନିଥିବା ସୂଚନା ମିଳିଛି । ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି । ଗୋବିନ୍ଦ ସାହୁ ସମେତ ୪ଜଣଙ୍କୁ ଅଟକ ରଖି ପୋଲିସର ଜେରା । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମୁନ୍‌ସି ଅଟକ ଅଛନ୍ତି।  ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଗୋବିନ୍ଦ କହିଥିଲେ । ଦିନକ ପରେ ଗାତ ପୋତିବା ପାଇଁ ଗୋବିନ୍ଦ କହିଥିଲା । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡା ଯାଇଥିବା ସୂଚନା ମିଳିଛି । ମୃତଦେହରେ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା। ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରିଥଲା ଗୋବିନ୍ଦ ।

ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡାକିଆଣି ଅଧା ରାସ୍ତାରୁ ଗାଡ଼ିରେ ନେଇଥିଲା ଗୋବିନ୍ଦ ସାହୁ ।ସୂଚନାଯୋଗ୍ୟ, ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ଘଟଣାରେ ପୋଲିସ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ ବି ସେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ କିନ୍ତୁ ମଙ୍ଗଳବାର ପୋଲିସ ଗୋବିନ୍ଦ ସାହୁକୁ ପୁଣି ବାନ୍ଧିବାରେ ସଫଳ ହୋଇଥିଲା ।

ସେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଝରିଆଲ ପଞ୍ଚାୟତ ବୁଢ଼ିଦର ଗାଁର ଏକ ଆଖୁବାଡ଼ିରେ ଲୁଚିଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ଏହାପରେ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗିର ଏସ୍‌ପି ଅଫିସ୍‌କୁ ପଚରାଉଚୁରା ପାଇଁ ନିଆଯାଇଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି।ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖ ଠାରୁ ନିଖୋଜ ଥିଲେ । ପରିବାର ଲୋକ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ଲିଖିତ ମାମଲା ରୁଜୁ କଲେ ।  ୧୪ ତାରିଖ ଦିନ ପୁଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୁଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।  ଗତ ୧୮ ତାରିଖରେ ନିଜେ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ । କଳାହାଣ୍ଡିରେ ତିନି ଗୋଟି ପୁଲିସ ଟିମ୍ ଚଢାଉ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking