31.1 C
Bhubaneswar
Wednesday, April 29, 2026
Homeଓଡିଶାମଣ୍ଡି ଅବ୍ୟବସ୍ଥା: ଆସନ୍ତାକାଲି ବୈଠକ

ମଣ୍ଡି ଅବ୍ୟବସ୍ଥା: ଆସନ୍ତାକାଲି ବୈଠକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମଣ୍ଡି ସମସ୍ୟା । ବଡ଼ ବୈଠକ ଡାକିଲେ ସରକାର । ମଙ୍ଗଳବାର ଅପରାହ୍ନ ୩ଟାରେ ଲୋକସେବା ଭବନରେ ବୈଠକ ହେବ। ଏହି ବୈଠକରେ କୃଷି ମନ୍ତ୍ରୀ କେଭି ସିଂଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ। ଧାନ ଉଠାଣରେ କେଉଁଠି ସମସ୍ୟା ରହୁଛି ଓ ଏହାର ସମାଧାନ କେମିତି ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଅନ୍ୟପଟେ ଧାନ ସମସ୍ୟାକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ବର୍ତ୍ତମାନ ସୁଦ୍ଧା ଉଠି ସାରିଲାଣି। ୮୫ ହଜାର ୧୮୩ ଜଣ ଚାଷୀ ଧାନ ଦେଇଛନ୍ତି। ପ୍ରତିଦିନ ଧାନ ଉଠୁଛି। ସରକାରକୁ ବଦନାମ କରିବାକୁ କିଛି ଲୋକ ଓ ବିରୋଧୀ ଦଳ ପ୍ରୟାସ କରୁଛନ୍ତି। ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି । ଆମ ପାଖେ ଖବର ଅଛି। ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠିଯାଉ ବୋଲି, ତାହା ସମ୍ଭବ ନୁହେଁ। ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି, ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି। ସେପଟେ ଚାଷୀଙ୍କ ପାଇଁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking