35 C
Bhubaneswar
Tuesday, June 25, 2024
Homeଓଡିଶାମମିତା ହତ୍ୟାକାଣ୍ଡ ଘଟଣା : ପୁଣି ସିବିଆଇ ତଦନ୍ତ ଦାବି

ମମିତା ହତ୍ୟାକାଣ୍ଡ ଘଟଣା : ପୁଣି ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଝି : ପୁଣି ଠାରେ ଉଠିଲା ମମିତା ମେହେର ମୃତ୍ୟୁ ମାମଲା। ପରିବାରକୁ ଭେଟିଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍‌। କଣ୍ଟାବାଂଜୀ ଝରନୀ ସ୍ଥିତ ମମିତାଙ୍କ ଘରକୁ ଯାଇ ପରିବାରକୁ ଭେଟିଲେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍‌। ଏଯାବତ ନ୍ୟାୟ ମିଳିନି ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା। ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ୍‌ରେ ମୃତ୍ୟୁ ପରେ ତଦନ୍ତ ଆଗଉନି କହିଲେ । ସିବିଆଇ ତଦନ୍ତ ଦାବିରେ ନେହୁରା ହୋଇ ନିରାଶ ହୋଇ ସାରିଲୁଣି କହିଲେ ମମିତାଙ୍କ ବାପା । ମମିତାଙ୍କ ପରିବାରର ଅଭିଯୋଗ ଶୁଣିବା ପରେ ଓଡ଼ିଶା ସରକାରଙ୍କୁ ସିବିଆଇ ତଦନ୍ତ ପ୍ରସ୍ତାବ ଦେବି କହିଲେ ବିଧାୟକ ଲକ୍ଷ୍ମଣ। ସୂଚନା ଯୋଗ୍ୟ ଯେ, ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପରେ ଡାକ୍ତର ଗୋବିନ୍ଦକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ଯେ, ମୁଖ୍ୟ ଆସାମୀ ଏଯାଏଁ ଧରାହୋଇନାହିଁ। ତେଣୁ ସିବିଆଇ ତଦନ୍ତ ଦାବି ହୋଇଛି। ୨୦୨୧ ଅକ୍ଟୋବର ୮ରେ ମମିତାଙ୍କୁ ଏକ କାରରେ ନେଇ ଯାଇଥିଲା ଗୋବିନ୍ଦ। କାର୍‌ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଗୋବିନ୍ଦ କାର ଭିତରେ ହିଁ ମିମିତାଙ୍କୁ ହତ୍ୟା କରିଥିଲା ବୋଲି ସେ ନିଜେ କହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking