16.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶବିଏସଏଫ୍‌-କେନ୍ଦ୍ର ସରକାର ବିରୋଧରେ ମମତାଙ୍କ ସଂଗୀନ ଅଭିଯୋଗ

ବିଏସଏଫ୍‌-କେନ୍ଦ୍ର ସରକାର ବିରୋଧରେ ମମତାଙ୍କ ସଂଗୀନ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗକୁ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶ କରାଉଛି ବିଏସ୍‌ଏଫ୍‌। ଏସବୁ ପଶ୍ଚିମବଙ୍ଗରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖୁଥିବା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବିଏସ୍‌ଏଫ୍ କରୁଥିବା ମମତା କହିଛନ୍ତି। କେନ୍ଦ୍ର ସରକାରଙ୍କ ଏହା ଏକ ଜଘନ୍ୟ ତଥା ଅତ୍ୟନ୍ତ ନିନ୍ଦନୀୟ ଯୋଜନା ବୋଲି କହି ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି ମମତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ପଶ୍ଚିମବଙ୍ଗବାସୀ ଶାନ୍ତିରେ ବସବାସ କରୁଥିବା ବେଳେ ଏହା କେନ୍ଦ୍ର ସରକାରଙ୍କୁ ବରଦାସ୍ତ ହେଉନାହିଁ। ସୁତରାଂ ରାଜ୍ୟରେ ଅଶାନ୍ତ ପରିବେଶ ପୂର୍ବକ ଅସ୍ଥିରତା ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଏକ ଷଡଯନ୍ତ୍ର କରିଛନ୍ତି। ଏଥିପାଇଁ ବିଏସ୍‌ଏଫ୍‌କୁ ବ୍ୟବହାର କରାଯାଉଛି।

ବିଏସ୍‌ଏଫ୍ ଯବାନ୍ ସୀମା ସୁରକ୍ଷା ଆଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗ ସୀମାରେ ପ୍ରବେଶ କରିବାକୁ ଅନୁମତି ଦେଉଛନ୍ତି ଏବଂ ରାଜ୍ୟର ମହିଳାଙ୍କ ଉପରେ ଜାଣିଶୁଣି ଅତ୍ୟାଚାର କରୁଛି। ସୀମା ସୁରକ୍ଷା ଟିଏମ୍‌ସି ହାତରେ ନାହିଁ। ଯଦି କେହି ଟିଏମ୍‌ସିକୁ ଅନୁପ୍ରବେଶ ପାଇଁ ଦାୟୀ କରନ୍ତି, ତେବେ ଏହା ବିଏସ୍‌ଏଫ୍‌ର ଦାୟିତ୍ୱ ବୋଲି ତାଙ୍କୁ ବୁଝାଇ ଦିଆଯିବ। ତେବେ ବିଏସଏଫ କେଉଁଠାରୁ ଅନୁପ୍ରବେଶ କରିବାକୁ ଅନୁମତି ଦେଉଛି ସେହି ଅଞ୍ଚଳର ଯାଞ୍ଚ ଏବଂ ଚିହ୍ନଟ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦିଆଯିବ। ଏହି ବିଷୟରେ ପୁଲିସ ଏବଂ କେନ୍ଦ୍ରର ସମସ୍ତ ସୂଚନା ରହିଛି। ଏ ସମ୍ପର୍କରେ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିବେ ବୋଲି ମମତା କହିଛନ୍ତି।

ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଏହି ବିବୃତ୍ତି ପରେ ନିର୍ବାଚନରେ ଉଭୟ ଦଳ ଟିଏମ୍‌ସି ଏବଂ ବିଜେପି ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇପାରେ। ମମତା ବାନାର୍ଜୀଙ୍କ ଏହି ବିବୃତ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତିର ଏକ ସପ୍ତାହ ପରେ ଆସିଛି। ସୂଚନାଯୋଗ୍ୟ, ସଦ୍ୟ ସମାପ୍ତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ତଥା ଆଗକୁ ହେବାକୁ ଥିବା ଦିଲ୍ଲୀ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରତିପକ୍ଷ ଦଳଗୁଡ଼ିକ ଉପରେ ଆରୋପ-ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି। ତେବେ ବିଜେପି ମୁଖ୍ୟତଃ ଅନୁପ୍ରବେଶ ପ୍ରସଙ୍ଗକୁ ରାଜନୈତିକ ପ୍ରସଙ୍ଗ କରୁଥିବା ଦେଖିବାକୁ ମିଳୁଛି। ଏନେଇ ଅନେକ ତର୍କ ବିତର୍କ, ବୟାନବାଜୀ ମଧ୍ୟ ଶୁଣିବାକୁ ମିଳୁଛି। ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନୁପ୍ରବେଶକୁ ନେଇ ବିଏସଏଫ୍ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଏପ୍ରକାର ସଂଗୀନ ଅଭିଯୋଗ ଆଣିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking