16.1 C
Bhubaneswar
Tuesday, November 26, 2024
Homeଓଡିଶାପ୍ରଜାମେଳିରେ ଗର୍ଜିଲେ ଅଞ୍ଚଳବାସୀ, ଆଦିବାସୀଙ୍କ ଉପରେ ପୋଲିସ କରୁଛି ଅତ୍ୟାଚାର

ପ୍ରଜାମେଳିରେ ଗର୍ଜିଲେ ଅଞ୍ଚଳବାସୀ, ଆଦିବାସୀଙ୍କ ଉପରେ ପୋଲିସ କରୁଛି ଅତ୍ୟାଚାର

ମାଲକାନଗିରି : ପୁଣି ପୁଲିସ ବିରୋଧରେ ଗର୍ଜି ପ୍ରଜାମେଳି କଲେ ଗ୍ରାମବାସୀ । ଏକତ୍ରିତ ହେଲେ ୯ ଗୋଟି ଗ୍ରାମର ଶତାଧିକ ଗ୍ରାମବାସୀ। ନିରୀହ ଗ୍ରାମବାସୀଙ୍କ ପ୍ରତି ଅତ୍ୟାଚାର କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ଗ୍ରାମବାସୀ । ମିଥ୍ୟା ଦର୍ଶାଇଲେ ପୁଲିସ ଏନ୍‌କାଉଣ୍ଟର । ଏହାକୁ ବିରୋଧ କରି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡା ଠାରେ ପ୍ରଜାମେଳି କରିଥିଲେ । ଦେଶୀ ଡଙ୍ଗା ଏବଂ ମୋଟର ଲଞ୍ଚ ମାଧ୍ୟମରେ ମୁଦୁଲିଗୁଡା ଘାଟ ଠାରେ ସମସ୍ତ ଗ୍ରାମବାସୀ ପହଞ୍ଚିଥିଲେ । ପ୍ରଜାମେଳିରେ ପୋଲିସ ସେମାନଙ୍କ ଅଞ୍ଚଳର ଲୋକଙ୍କ ଉପରେ ଜୁଲୁମ କରୁଥିବା କହିଥିଲେ । ଏଥିସହ ଗତ ୧୩ ମାର୍ଚ୍ଚ ସନ୍ଧ୍ୟା ସମୟରେ ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ ଯେଉଁ ମିଳିତ ଭାବରେ ଏକ ମୋଟର ଲଞ୍ଚ ଉପରକୁ ଗୁଳି ଚାଳନା କରିଥିଲେ । ସେଥିରେ ମାଓବାଦୀ ନଥିବା ଗ୍ରାମବାସୀ କହିଥିଲେ ।

ସେହି ମୋଟର ଲଞ୍ଚରେ ସେତ ହନ୍ତାଳ ନାମକ ଜଣେ ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ ନେଇ ଅଣ୍ଡିରାପାଲ୍ଲୀ ପଞ୍ଚାୟତର ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା କହିଥିଲେ । ତେବେ ସେମାନେ ବାରମ୍ବାର ଆମେ ଗ୍ରାମବାସୀ କହିବା ସତ୍ତ୍ୱେ ମଧ୍ୟ ପୁଲିସ କଣ ପାଇଁ ସେମାନଙ୍କ ଉପରେ ଗୁଳିଚାଳନା କଲେ ଏନେଇ ଓଲଟି ସେମାନେ ପ୍ରଶ୍ନ କରିଛନ୍ତି । ମୋଟର ଲଞ୍ଚ ୩ ମହିଳାଙ୍କ ସହ ୬ ପୁରୁଷ ମିଶି ସର୍ବମୋଟ ୯ ଜଣ ଥିଲେ ଯଦି କେହି ମୃତ୍ୟୁବରଣ କରନ୍ତା ତାହେଲେ ପୋଲିସ ଦାୟୀ ରୁହନ୍ତା ବୋଲି କହିଛନ୍ତି । ଏହି ପ୍ରଜାମେଳି ରେ ନାକାମାମୁଢି ପଞ୍ଚାୟତ ର ୯ ଗୋଟି ଦୁର୍ଗମ ଗ୍ରାମ ଯଥା- ଆମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ବକୁଳି, ନାରୀଙ୍ଗଝୋଲି, ମୁଦୁଲିଗୁଡା, ରାବା, ଟାଇମାଲ, ଲାଡିଗୁଡ଼ା ଆଦି ଗ୍ରାମର ଶତାଧିକ ଗ୍ରାମବାସୀ ପୁଲିସ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ଏହାସହ ପୁଲିସ ଗୁଳି ଚାଳନା କରିବା ପରେ ମୋଟର ଲଞ୍ଚରେ ଥିବା ଗ୍ରାମବାସୀ ରାତି ସାରା ଲଞ୍ଚରେ ଜଳ ରାଶି ମଧ୍ୟରେ ରହି ବଡ଼ି ଭୋର ସମୟରେ ଘରକୁ ଫେରିଥିଲେ । ରାତିରେ କିନ୍ତୁ ପୁଲିସ ମୁଦୁଲିଗୁଡ଼ାର ସମସ୍ତ ଘରକୁ ଯାଇ ନିରୀହ ଆଦିବାସୀଙ୍କୁ ଘରୁ ବାହାରକୁ କାଢି ମାଡ଼ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଏପରି ନିରୀହ ଆଦିବାସୀଙ୍କୁ ପୁଲିସ ମାରି ନକ୍ସଲ ଦର୍ଶାଉଥିବା ପ୍ରଜାମେଳି ମାଧ୍ୟମରେ କହିଥିଲେ । ଯଦି ଆଗାମୀ ଦିନରେ ପୁଲିସ ଏହିପରି ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରେ ତାହେଲେ ଆଗାମୀ ଦିନରେ ପିପଲାପଦର ବିଏସଏଫ କ୍ୟାମ୍ପଙ୍କୁ ଏହି ୯ ଗୋଟି ଗ୍ରାମର ଗ୍ରାମବାସୀ ଘେରାଉ କରିବେ ବୋଲି ପ୍ରଜାମେଳି ମାଧ୍ୟମରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking