30.1 C
Bhubaneswar
Monday, May 20, 2024
Homeଓଡିଶାକୁମ୍ବିଂ ଅପରେସନ ଯାଇଥିବା ସମୟରେ ଦେହ ଅସୁସ୍ଥତା ହେବା କାରଣରୁ ବିଏସଏଫ ଯବାନଙ୍କ ମୃତ୍ୟୁ

କୁମ୍ବିଂ ଅପରେସନ ଯାଇଥିବା ସମୟରେ ଦେହ ଅସୁସ୍ଥତା ହେବା କାରଣରୁ ବିଏସଏଫ ଯବାନଙ୍କ ମୃତ୍ୟୁ

ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତେଲୱାଡ଼ା କ୍ୟାମ୍ପର ଯବାନ ମାନେ କୁମିଙ୍ଗ ଅପରେସନକୁ ଯାଇଥିବା ସମୟରେ ଶରୀର ଅସୁସ୍ଥ ହେବାରୁ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ କୁମ୍ବିଙ୍ଗ ଅପରେସନରେ ଯାଇ ଥିବା ସମୟରେ ଯବାନ ଜଣଙ୍କର ଦେହ ଅସୁସ୍ଥ ହେଉଥିବା ଅନୁଭବ କରିବା ସହ ଅନ୍ୟ ସାଥୀଙ୍କୁ ଜଣାଇଥିଲେ । ଏହା ଜାଣିବା ପରେ ବି ଏସ ଏଫ ସାଥୀମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଯବାନ ଜଣକ ହେଲେ ୮୮ ବଟାଲୀୟନର ବିଏସଏଫ କନେଷ୍ଟେବଲ, ଜିତେନ୍ଦ୍ର ସିଂ ଓ ତାଙ୍କ ଘର ରାଜେସ୍ଥାନ ରାଜ୍ୟରେ ବୋଲି ଜଣାପଡିଛି l ମୃତ ଯବାନଙ୍କୁ କାଲିମେଳା ଠାରୁ ସମ୍ମାନର ସହିତ ମାଲକାନଗିରି ହେଡ କ୍ୱାଟରକୁ ନିଆଯାଇଛି l ଘଟଣା ସମ୍ପର୍କରେ ବିଏସଏଫ କ୍ୟାମ୍ପ ପକ୍ଷରୁ ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking