34.1 C
Bhubaneswar
Friday, September 20, 2024
Homeଓଡିଶାଯୁବତୀଙ୍କୁ ଆକ୍ରମଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

ଯୁବତୀଙ୍କୁ ଆକ୍ରମଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ଆକ୍ରମଣ ଅଭିଯୋଗରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ଯୁବକ ହେଲେ ଦିବାକର ରଥ(୨୫) ଘର ନୟାଗଡ଼ ଜିଲ୍ଲା ନୟାଗଡ଼ ସଦର ଥାନା ଅନ୍ତର୍ଗତ ଗୋଲଗୋଲା ଗ୍ରାମର ବୋଲି ଜଣା ପଡିଛି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଯୁବତୀ ଦିବାକର ସହ ଗତ ୫ ବର୍ଷ ହେବ ଉତ୍ତମ ବନ୍ଧୁତା ରଖିଥିଲେ । ହେଲେ ଉକ୍ତ ଯୁବକ ଜଣକ ଅଭିଯୋଗକାରିଣୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଲାଗି ପ୍ରୟାସ କରିଆସୁଥିଲେ ।

ଘଟଣା ଦିନ ମଧ୍ୟ ଅଭିଯୋଗକାରିଣୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ । ହେଲେ ସେ ଏହାକୁ ବାରଣ କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗଳିଗୁଲଜ କରିବା ସହିତ ଚୁଟି ଧରି ଟଣାଓଟରା କରିଥିଲେ । ତାଙ୍କ ବେକକୁ ଚିପି ଦେଇଥିଲେ । ହେଲେ କୌଶଳ କରି ଯୁବତୀ ଜଣକ ସେଠାରୁ ନିଜ ଜୀବନ ବଞ୍ଚାଇ ଦୌଡି ଚାଲି ଯିବାରେ ସଫଳ ହୋଇଥିଲେ । ସେତିକିରେ ଦିବାକରର ମନ ଶାନ୍ତି ହୋଇ ନଥିଲା ଯେ ପୁଣି ଅଭିଯୋଗକାରିଣୀଙ୍କ ଘରକୁ ନିଶାସକ୍ତ ଅବସ୍ଥାରେ ଯାଇ ତାଙ୍କୁ ମାଡ଼ ମାରିଥିଲେ ।

ଏନେଇ ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଘଟଣା ବାବଦରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଆଜି ରୋମିଓ ଦିବାକରକୁ ଗିରଫ କରିଥିଲେ । ପଚରାଉଚରା ବେଳେ ସେ ତାର ଦୋଷ ସ୍ୱୀକାର କରିବାରୁ ପୁଲିସ ଦିବାକରକୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking