25.4 C
Bhubaneswar
Tuesday, April 7, 2026
Homeଓଡିଶାମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ମାମଲା; ପୁଲିସ କବଜାରେ ୭ ରୋଡ୍‌ ରୋମିଓ

ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ମାମଲା; ପୁଲିସ କବଜାରେ ୭ ରୋଡ୍‌ ରୋମିଓ

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀକୁ ଅସଦାଚରଣ ଘଟଣାରେ ଶୁକ୍ରବାର ୭ ଜଣ ରୋଡ୍‌ ରୋମିଓଙ୍କୁ କମିଶନରେଟ୍‌ ପୁଲିସ ଧରିଛି । ସିସିଟିଭି ଆଧାରରେ ୭ ଜଣଙ୍କୁ ଧରାଯାଇଥିବା ବେଳେ ସେମାନଙ୍କୁ ଚନ୍ଦକା ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।ଚନ୍ଦକା ଥାନାରେ କ୍ରାଇମବ୍ରାଞ୍ଚ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ, ୧୫ ତାରିଖରେ ପଥରଗାଡିଆ ନିକଟରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ଆସି ମେଜର ଓ ତାଙ୍କ ବାନ୍ଧବୀକୁ ଦୁର୍ବ୍ୟବହାର କରିଥିଲେ। ଗାଡି ଅଟକାଇବା ସହ ହାତାହାତି ହେବା ସହ ଆକ୍ରମଣ କରିଥିଲେ ଏବଂ ଧମକ ଦେଇଥିଲେ। ଏହାପରେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ଥାନା ଭିତରେ ଆଇଆଇସିଙ୍କ ସମେତ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ଅସଦାଚରଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ପୁଲିସ କର୍ମଚାରୀ ବି ସାମିଲ ଥିଲେ। କିନ୍ତୁ ପରଦିନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କରିବାକୁ ଆସିଥିବା ମହିଳା ପୁଲିସକୁ ଆକ୍ରମଣ କରିଥିବା ନେଇ କୁହାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking