29.4 C
Bhubaneswar
Sunday, June 2, 2024
Homeଦେଶ ବିଦେଶକର୍କକଟରେ ପୀଡ଼ିତ ହେବାର କିଛିଦିନ ପରେ ଗୋଟିଏ କିଡନି ହରାଇଲେ ଯୁବକ; ହାର ନମାନି ହୋଇଛନ୍ତି...

କର୍କକଟରେ ପୀଡ଼ିତ ହେବାର କିଛିଦିନ ପରେ ଗୋଟିଏ କିଡନି ହରାଇଲେ ଯୁବକ; ହାର ନମାନି ହୋଇଛନ୍ତି ସଫଳ ଚାଷୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେର ତଲେଗ୍ରାମରେ ଗୌତମ ରାଠୋଡ଼ ନାମକ ଜଣେ ବ୍ୟକ୍ତି ବସବାସ କରନ୍ତି। ସେ ପ୍ରଥମେ କର୍କଟରେ ପୀଡ଼ିତ ହୋଇଥିଲେ। ଏହାର କିଛିଦିନ ପରେ ସେ ତାଙ୍କର ଗୋଟିଏ  କିଡ଼ନି ହରାଇ ଦେଇଥିଲେ। ଏହାପରେ ବି ସେ ହାର ମାନି ନଥିଲେ।  ନିଜ ଉଦ୍ୟମ ବଳରେ ଆଜି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସଫଳ ଚାଷୀ ହେବାପାଇଁ ସେ ଏରୋପୋନିକ ଉପାୟ ଆପଣାଇଥିଲେ। ଏହି ଚାଷ କରି ସେ ଭଲ ଦୁଇପଇସା ରୋଜଗାର କରି ପାରୁଛନ୍ତି।
ବି.କମ ପାଠ ପଢ଼ିବା ପରେ ଗୌତମ ରାଠୋଡ଼ ତଲେଗ୍ରାମରେ ନିଜର ଏକ ଗ୍ୟାରେଜ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ସମୟରେ ବ୍ୟବସାୟ ଖୁବ ଭଲ ଚାଲିଥିଲା। ହସଖୁସିରେ ଦିନ କଟି ଯାଉଥିଲା। କିନ୍ତୁ ଏହି ଖୁସି ତାଙ୍କର ରହିଲା ନାହିଁ। ଗୌତମ ପ୍ରଥମେ କର୍କଟ ରୋଗରେ ପୀଡ଼ିତ ହେ‌ଲେ। ଏଥିରେ ତାଙ୍କ ଦୁଃଖ ସରି ନଥିଲା। ପରେ ଜଣାପଡ଼ିଲା ତାଙ୍କର ଡାହାଣପାର୍ଶ୍ବ କିଡନିରେ ଟ୍ୟୁମର ବଢ଼ୁଛି। ଯେଉଁଥିପାଇଁ ତାଙ୍କ ଶରୀରରୁ କିଡନି ବାହାର କରିବାକୁ ପଡ଼ିଥିଲା।
ଦୁଇଦୁଇଟି ରୋଗ ହେତୁ ସେ କୌଣସି ଭାରକାମ କରି ପାରୁ ନଥିଲେ। ତେଣୁ ‌ଗୌତମ ସବୁବେଳେ ନିରାଶ ହୋଇ ରହୁଥିଲେ। ଏହି କ୍ରମରେ ଗୌତମଙ୍କ ସାଙ୍ଗ ଏକ ଭିଡିଓ ପଠାଇଥିଲା। ଏହି ଭିଡିଓଟି କେସର ଚାଷକୁ ନେଇ ଥିଲା।
ଏହି ଭିଡିଓ ଦେଖି ଗୌତମ କେସର ଚାଷ ଆରମ୍ଭ କରିବାର ଯୋଜନା କରିଥିଲେ। ଏଥିପାଇଁ ସେ ଏରୋପୋନିକ ଉପାୟ ଆପଣାଇ କେସର ଚାଷ ଆରମ୍ଭ କରିଥିଲେ। ‌କଶ୍ମୀର ଭଳି ପୁଣେର ତଲେଗ୍ରାମରେ ସେ ଭଲ ଗୁଣବତ୍ତା ଥିବ‌ା କେସର ଚାଷ କରି ଚର୍ଚ୍ଚାର ପରିସରରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking