31.1 C
Bhubaneswar
Sunday, May 19, 2024
Homeଓଡିଶାମହାପ୍ରଭୁଙ୍କ ବନକଲାଗି ନୀତି ବିଶୃଙ୍ଖଳା; ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ମହାପ୍ରଭୁଙ୍କ ବନକଲାଗି ନୀତି ବିଶୃଙ୍ଖଳା; ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଶୃଙ୍ଖଳା ନେଇ ବିବାଦ ଏବେ ଜୋର ଧରିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର ଆସନ୍ତା ଚାରି ଦିନ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ଏହି ନୋଟିସ୍ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବନକ ଲାଗି ବିବାଦର ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରୁଛି ବୋଲି କହିଛନ୍ତି । ୨୦୧୮ ମସିହାରେ ପ୍ରତି ବୁଧବାର ବନକଲାଗି କରାଯିବ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ତେବେ ଛଅ ବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବା ବେଳେ ଏବେ ଗୁରୁବାର କରିବା ପାଇଁ ଜିଦ୍ ଧରୁଛି ଦତ୍ତମହାପାତ୍ର ନିଯୋଗ । ତେଣୁ ଚଳିତ ବର୍ଷ ନିଳାଦ୍ରୀ ବିଜେ ପରଠାରୁ ଏ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହୋଇପାରି ନାହିଁ ।

ସେପଟେ ଦୁଇ ଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଗୁରୁବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ସେବାୟତ ପ୍ରସ୍ତୁତ ଥିଲେ । ହେଲେ ପ୍ରଶାସନର ଅବହେଳା ଯୋଗୁଁ ଏହି ନୀତି ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଥିଲା । ତେଣୁ ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର । ନଚେତ୍ ପ୍ରଶାସନ ସ୍ୱତ୍ତ୍ୱଲିପିକୁ ଉଚ୍ଛେଦ କରିଦେଉ ବୋଲି ନିଯୋଗ କହିଥିଲା । ସ୍ୱତ୍ତ୍ୱଲିପି ଅନୁଯାଇ ବୁଧବାର କିମ୍ବା ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି ହୋଇପାରିବ । କିନ୍ତୁ ଗୁରୁବାର ମାଜଣା ଥିବାରୁ ସେ ଦିନ ବନକଲାଗି ହେଲେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ହେବା ସହ ପହଡ଼ରେ ବିଳମ୍ବ ହୋଇ ପାରେ । ଏଥି ସହ ଗୁରୁବାର ବନକଲାଗି ହେଲେ ସାଧାରଣ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ôଚ ହେବାର ଆଶଙ୍କା ରହୁଛି । କାରଣ ବନକଲାଗି ପାଇଁ ଅନ୍ତତଃ ୪ ଘଣ୍ଟା ଓ ମାଜଣା ନିମନ୍ତେ ପ୍ରାୟ ୨ ଘଣ୍ଟା ଦର୍ଶନ ବନ୍ଦ ରହିବ; ଯେହେତୁ ଏହା ମହାପ୍ରଭୁଙ୍କର ଗୁପ୍ତ ନୀତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking