ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଜନପଦ କାସଗଞ୍ଜ ଅଞ୍ଚଳରେ ଘଟିଛି ହାଇଭୋଲଟେଜ। ଜଣେ ଡାକ୍ତରଙ୍କ ହାବୁଡ଼ରେ ପଡ଼ି ଯାଇଛି ପତ୍ନୀଙ୍କ ପରକିୟା ପ୍ରୀତି । ନିଜ ଦୁଇ ପ୍ରେମିକଙ୍କ ସହ ଡାକ୍ତରଙ୍କ ପତ୍ନୀ ହୋଟେଲ ରୁମ୍ରେ ଅସଂଯତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ କାବୁ କରିଛନ୍ତି ଡାକ୍ତର ଓ ତାଙ୍କ ପରିବାର ଲୋକେ। ଏହାକୁ ନେଇ ମହାଭାରତ ସୃଷ୍ଟି ହୋଇଥିବା ବେଳେ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକଙ୍କୁ ଡାକ୍ତର ଓ ତାଙ୍କ ପରିବାର ଲୋକେ ନିର୍ଧୂମ ପିଟିଛନ୍ତି। ପୁଲିସ୍ ପହଞ୍ଚି ଡାକ୍ତରଙ୍କ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,ଉଭୟ ପତିପତ୍ନୀ ଡାକ୍ତର ହୋଇଥିବା ବେଳେ ଗତ ୨ ବର୍ଷ ହେବ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଉଭୟ ପୃଥକ ଭାବେ ରହୁଥିଲେ। ମାତ୍ର ଡାକ୍ତର ନିଜ ପତ୍ନୀଙ୍କ ଉପରେ ନଜର ରଖିଥିଲେ। କିଛି ଦିନ ତଳେ ମହିଳାଜଣକ ଦୁଇ ଯୁବକଙ୍କ ସହ ଏକ ହୋଟେଲରେ ପ୍ରବେଶ କରିଥିଲେ । ଖବର ପାଇ ଡାକ୍ତରଜଣକ ନିଜ ପରିବାର ସଦସ୍ୟଙ୍କ ସହ ସେଠାରେ ପହଞ୍ଚିଥିଲେ। ଏହାପରେ ରୁମ୍ରେ ଅସଂଯତ ଅବସ୍ଥାରେ ୩ ଜଣଙ୍କୁ ଦେଖି ସେମାନେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ। ଏହାପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଉକ୍ତ ୩ ଜଣଙ୍କୁ ପ୍ରବଳ ପିଟିଥିଲେ।ଖବର ପାଇ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା। ଏହାପରେ ଡାକ୍ତରଙ୍କ ଅଭିଯୋଗ କ୍ରମେ ପୁଲିସ୍ ତାଙ୍କ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକଙ୍କୁ ଗିରଫ କରିଛି। ଏନେଇ ମହିଳା ଡାକ୍ତରଜଣକ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକୃତ ଘଟଣା ଖୁବ୍ ଶୀଘ୍ର ସାମନାକୁ ଆସିବ ବୋଲି ଅଧିକାରୀ କହିଛନ୍ତି।