ଯାଜପୁର: ବୁଧବାର ଥିଲା ଇଂରାଜୀ ନବବର୍ଷର ପ୍ରଥମ ଦିନ। ଏଥିପାଇଁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ବଡ଼ି ଭୋରୁ ମା ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ଼ ଲାଗିରହିଛି । ୨୦୨୫ କିପରି ଭଲରେ କଟିବ ଏବଂ ନବବର୍ଷର ପ୍ରଥମ ଦିନରେ ମାଙ୍କ ଆଶିଷ କାମନା ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଭକ୍ତ ମାନେ ମା ଙ୍କ ଦର୍ଶନ ପାଇଁ ଧାଇଁ ଆସିଛନ୍ତି । ମାଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷ ରୁ ସେତନ୍ତ୍ର ବାରିକେଟ ର ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୁଙ୍ଖଳା ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।