26.1 C
Bhubaneswar
Saturday, December 28, 2024
Homebuisnessଏମ୍‌୩ଏମ୍ ହରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍‌-୨୦୨୨

ଏମ୍‌୩ଏମ୍ ହରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍‌-୨୦୨୨

ନୂଆଦିଲ୍ଲୀ : ହରୁନ୍ ଗ୍ଲୋବାଲ୍ ରିଚ୍‌-୨୦୨୨ ତାଲିକା ପ୍ରକାଶ ପାଇଛି । ରିୟଲ୍‌ଟି ଫାର୍ମ ଏମ୍‌୩ଏମ୍ ସହଭାଗିତାର ପ୍ରକାଶ ପାଇଥିବା ଏହି ତାଲିକା ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାରତ ତଥା ଏସିଆର ସର୍ବଶ୍ରେଷ୍ଠ ଧନୀ ହେବାର ଗୌରବ ପ୍ରାପ୍ତ ହୋଇଛନ୍ତି । ରିପୋର୍ଟ ଅନୁସାରେ ମୁକେଶଙ୍କ ସମ୍ପତ୍ତିରେ ୨୪% ପର୍ଯ୍ୟନ୍ତ ଅଭିବୃଦ୍ଧି ଘଟିଛି । ମୋଟ ୧୦୩ ବିଲିୟନ୍ ଡଲାର୍ ସମ୍ପତ୍ତି ସହିତ ମୁକେଶ ଏକମାତ୍ର ଭାରତୀୟ ଭାବେ ଟପ୍‌ଟେନ୍ ଏମ୍‌୩ଏମ୍ ହରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍‌-୨୦୨୨ ତାଲିକାରେ ସାମିଲ୍ ହୋଇଛନ୍ତି । ଏଥିସହିତ ସେ ଟେଲିକମ୍ ସେକ୍ଟରର ସର୍ବଶ୍ରେଷ୍ଠ ଧନୀ ଭାବେ ମାନ୍ୟତା ପାଇଛନ୍ତି । ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ୭୨% ସମ୍ପତ୍ତି ମୁକେଶ ଗ୍ରୁପ୍ ପ୍ରୟାସରେ ଯୋଡ଼ିଥିବା ବେଳେ ୨୮% ସମ୍ପତ୍ତି ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି । ଗ୍ରୁପ୍‌ର ମୋଟ ସମ୍ପତ୍ତି ୨୦୦୨ରେ ମାତ୍ର ୧୦ ବିଲିୟନ୍ ଡଲାର୍ ଥିବାବେଳେ ଏହି ୨୦ ବର୍ଷରେ ସେ ଏହାକୁ ଦଶଗୁଣା ବୃଦ୍ଧି କରିଛନ୍ତି । ଅପରପକ୍ଷରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ୍ ଆଦାନୀ ୮୧ ଅରବ ଡଲାର୍ ସହିତ ଏହି ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛନ୍ତି । ଆଦାନୀ ଗତ ଏକବର୍ଷରେ ସବୁଠାରୁ ଅଧିକ ସମ୍ପତ୍ତି ଅର୍ଜିବା ସହିତ ପାଖାପାଖି ୪୯ ଅରବ ଡଲାର୍ ଯୋଡ଼ିଛନ୍ତି । ପ୍ରତି ସପ୍ତାହରେ ସେ ନିଜ ସମ୍ପତ୍ତିରେ ପାଖାପାଖି ୬ ହଜାର କୋଟି ଟଙ୍କା ଯୋଡ଼ିଛନ୍ତି । ୨୮ ବିଲିୟନ୍‌ର ମୋଟ ସମ୍ପତ୍ତି ସହିତ ଉଦ୍ୟୋଗପତି ଶିଭ୍ ନାଦାର ୪୬ତମ ସ୍ଥାନରେ ରହିଛନ୍ତି । ୨୬ ବିଲିୟନ୍ ଡଲାର୍‌ର ମୋଟ ସମ୍ପତ୍ତି ଓ ୪୧% ଅଭିବୃଦ୍ଧି ସହିତ ସେରମ୍ ଇନିଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ସାଇରସ୍ ପୁନାୱାଲା ରିଚେଷ୍ଟ୍ ହେଲ୍‌ଥକେୟାର୍ ବିଲିୟନାରୀ ଗୌରବ ପାଇଛନ୍ତି । ଅପରପକ୍ଷରେ ନାୟକାର ପ୍ରତିଷ୍ଠାତା ଫାଲ୍‌ଗୁନୀ ନାୟାର୍ ୭.୬ ବିଲିୟନ୍ ଡଲାର୍‌ର ମୋଟ ସମ୍ପତ୍ତି ସହିତ ପ୍ରଥମଥର ପାଇଁ ଅରବପତି ତାଲିକାରେ ସାମିଲ୍ ହୋଇଛନ୍ତି । ୬୦ତମ ସ୍ଥାନରେ ଷ୍ଟିଲ୍ କିଙ୍ଗ୍ ଲକ୍ଷ୍ମୀ ମିତ୍ତଲ, ୬୭ତମ ସ୍ଥାନରେ ଏସ୍‌ପି ହିନ୍ଦୁଜା, ୧୦୪ତମ ସ୍ଥାନରେ କୁମାର ମଙ୍ଗଳମ୍ ବିର୍ଲ ସ୍ଥାନିତ ହୋଇଛନ୍ତି । ଅପରପକ୍ଷରେ ୧୬ ବିଲିୟନ୍ ଡଲାର୍‌ର ମୋଟ ସମ୍ପତ୍ତି ସହିତ କୋଟାକ୍ ବ୍ୟାଙ୍କ୍‌ର ସିଇଓ ଉଦୟ କୋଟାକ୍ ବିଶ୍ୱର ତୃତୀୟ ଧନୀ ବ୍ୟାଙ୍କ୍‌ର୍‌ର ମାନ୍ୟତା ପାଇଛନ୍ତି । ଭାରତରେ ୨୧୫ ଅରବପତି (୫୮ ନଆ ଅରବପତି ସାମିଲ୍‌) ଅଛନ୍ତି । ଭାରତ ତୃତୀୟ ସର୍ବବୃହତ୍ ଅରବପତି ସୃଷ୍ଟିକାରୀ ଦେଶରେ ପରିଗଣିତ ହୋଇଛି । ଭାରତୀୟ ବଂଶୋଦ୍ଭବ ଅରବପତିଙ୍କ ସଂଖ୍ୟା ହିସାବକୁ ନେଲେ ଏହି ସଂଖ୍ୟା ୨୪୯ ରହିବ ବୋଲି ହରୁନ୍ ଇଣ୍ଡିଆ ବିବୃତି ଜାରି କରି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking