27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଦେଶରେ ବଢୁଛି ଲମ୍ପି ଭୂତାଣୁ ସଂକ୍ରମଣ : ନେଲାଣି ୭୫ ହଜାର ଗାଈଙ୍କ ଜୀବନ

ଦେଶରେ ବଢୁଛି ଲମ୍ପି ଭୂତାଣୁ ସଂକ୍ରମଣ : ନେଲାଣି ୭୫ ହଜାର ଗାଈଙ୍କ ଜୀବନ

ଜୟପୁର : ଦେଶରେ ଲମ୍ପି ଭୂତାଣୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ୭୫ ହଜାର ଗାଈଙ୍କ ଜୀବନ ଗଲାଣି। ୧୫ ଲକ୍ଷରୁ ଊର୍ଦ୍ଧ୍ବ ଗାଈ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ୧୫ ରାଜ୍ୟର ୧୭୫ ଜିଲ୍ଲାକୁ ବ୍ୟାପିଗଲାଣି। ରାଜସ୍ଥାନର ସ୍ଥିତି ସବୁଠାରୁ ଖରାପ ରହିଛି। ସରକାରୀ ତଥ୍ୟରେ ୧୦.୬୧ ଲକ୍ଷ ସଂକ୍ରମିତ ଏବଂ ୪୬ ହଜାରରୁ ଊର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ତୃଣମୂଳସ୍ତରର ସ୍ଥିତି ଏହାଠାରୁ ଭୟଙ୍କର ରହିଛି। ରାଜସ୍ଥାନରେ ଗୋବଂଶ ମୃତ୍ୟୁ ଲକ୍ଷେ ଟପିଲାଣି। ଏଥିଯୋଗୁଁ ଗୋପାଳନ ଉପରେ ନିର୍ଭରଶୀଳ ପରିବାରର ଜୀବିକା ଉପରେ ସଙ୍କଟ ଦେଖାଦେଇଛି। କ୍ଷୀର ସଙ୍କଟ ମଧ୍ୟ ଦେଖାଦେଲାଣି। ଏହା ମଧ୍ୟରେ କେନ୍ଦ୍ର ସରକାର ସଂକ୍ରମଣ ବଢ଼ୁଥିବାରେ ରାଜ୍ୟକୁ ଟିକାକରଣ ଜୋରଦାର କରିବାକୁ କହିଛନ୍ତି। ପଶୁପାଳନ ବିଭାଗ ଆଗାମୀ ୨ ମାସରେ ୪୦ ଲକ୍ଷ ଗାଈଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି। ତେବେ ତୃଣମୂଳସ୍ତରର ସ୍ଥିତି ଭିନ୍ନ ରହିଛି। ସର୍ବାଧିକ ସଂକ୍ରମିତ ଯୋଧପୁର (୧,୧୩, ୪୮୫) ଏବଂ ବାଡ଼ମେର (୧,୧୩, ୪୮୫)ରେ ଅନେକ ଦିନ ହେଲା ଟିକାକରଣ ବନ୍ଦ ରହିଛି। ସର୍ବାଧିକ ସଂକ୍ରମିତ ରାଜ୍ୟ ବର୍ଷା ଥମିବାକୁ ଅପେକ୍ଷା କରିଛନ୍ତି। ବର୍ଷା ଯୋଗୁଁ ଭୂତାଣୁ ଅଧିକ ସକ୍ରିୟ ହେଉଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking