27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଦ୍ରୁତ ଗତିରେ ବ୍ୟାପୁଛି ‘ଲମ୍ପି ସ୍କିନ’ ସଂକ୍ରମଣ, ୩୦ ହଜାର ଗୋରୁ ମୃତ

ଦ୍ରୁତ ଗତିରେ ବ୍ୟାପୁଛି ‘ଲମ୍ପି ସ୍କିନ’ ସଂକ୍ରମଣ, ୩୦ ହଜାର ଗୋରୁ ମୃତ

ରାଜସ୍ଥାନ : କରୋନା ସଂକ୍ରମଣ ପରେ ଏବେ ଦେଶରେ ବ୍ୟାପିବାରେ ଲାଗିଛି ‘ଲମ୍ପି ସ୍କିନ’ ସଂକ୍ରମଣ । କରୋନା ଭୂତାଣୁ ମଣିଷକୁ ସଂକ୍ରମିତ କରୁଥିବା ବେଳେ ‘ଲମ୍ପି ସ୍କିନ’ ଭୂତାଣୁ କେବଳ ଗୋରୁ ଗାଈଙ୍କୁ ସଂକ୍ରମିତ କରିବାରେ ଲାଗିଛି । ଏହି କ୍ରମରେ ଏବେ ରାଜସ୍ଥାନର ୩୩ ଟି ଜିଲ୍ଲା ମଧ୍ୟରୁ ୩୦ ଟି ଜିଲ୍ଲାରେ ଏଭଳି ସଂକ୍ରମଣ ଦେଖିବାକୁ ମିଳିଛି । ଏହି ‘ଲମ୍ପି ସ୍କିନ’ ସଂକ୍ରମଣ ଫଳରେ ରାଜସ୍ଥାନରେ ୩୦ ହଜାର ଗୋରୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ୭ ଲକ୍ଷ ଗୋରୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କଥା କହିଛି ପଶୁପାଳନ ବିଭାଗ । ସେପଟେ ଏଭଳି ସଂକ୍ରମଣରୁ ଗୋରୁଙ୍କୁ ରକ୍ଷା କରିବାକୁ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଆରମ୍ଭ ହୋଇଛି । ସରକାରଙ୍କ ତରଫରୁ ୮ ଲକ୍ଷ ଗୋଟ ପକ୍ସ ଟିକାର ଖୋରାକ ମଗା ଯାଇଛି । ଏହାସହ ରାଜ୍ୟରେ ଥିବା ମୋଟ ୧.୩୯ କୋଟି ଗୃହପାଳିତ ପଶୁଙ୍କୁ ଏହି ଟିକା ଦେବା ପାଇଁ ରାଜ୍ୟ ସରକାର ୪୧ ଲକ୍ଷ ଟିକା କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟ ପଶୁପାଳନ ବିଭାଗର ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଏବେ ରାଜ୍ୟର ୩୩ ଜିଲ୍ଲା ମଧ୍ୟରୁ ୩୦ ଟି ଜିଲ୍ଲାରେ ପାଖାପାଖି ୭ ଲକ୍ଷ ଗୋରୁ ଏହି ଭୂତାଣୁ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏହାସହ ଏଭଳି ସଂକ୍ରମଣ କାରଣରୁ ୩୦ ହଜାର ଗୋରୁଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking