କେନ୍ଦ୍ରାପଡ଼ା : ପରିଣତ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବୃଦ୍ଧ ବୃଦ୍ଧା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିଆ ଗାଁର ଶକ୍ତି ପ୍ରସାଦ ମିସ୍ତ୍ରୀ(୬୩) ଦୁଇ ପୁଅ ଓ ଗୋଟିଏ ଝିଅର ବାପା ଅଟନ୍ତି । ନାତି ନାତୁଣି ଦେଖି ସାରିଲେଣି । ୬ ବର୍ଷ ତଳେ ନିଜ ପତ୍ନୀଙ୍କୁ ହରାଇଥିଲେ । ପୁଅ ବୋହୂ ନାତି-ନାତୁଣିଙ୍କ ପାଖରେ ଚଳି ଆସୁଥିଲେ । ସେହିପରି ସେହି ଅଞ୍ଚଳର ବୃଦ୍ଧା ଭଜେଶ୍ୱରୀ(୬୭) ଦେଢ ବର୍ଷ ତଳେ ସ୍ୱାମୀଙ୍କୁ ହରାଇ ଥିଲେ । ଦୁଇ ପୁଅ ଝିଅ ଙ୍କୁ ନେଇ ତାଙ୍କର ସଂସାର ଚାଲିଥିଲା । ଏବେ ବୃଦ୍ଧା ହୋଇଯିବାରୁ ପୁଅ ବୋହୂ, ନାତି-ନାତୁଣି କେହି ପଚାରିଲେ ନାହିଁ । ଉଭୟ ବୃଦ୍ଧ-ବୃଦ୍ଧା ଗ୍ରାମ ନିକଟରେ ବିଲରେ ଧାନ କାଟୁଥିବା ବେଳେ ପରସ୍ପର ପ୍ରେମରେ ବାନ୍ଧି ହୋଇଥିଲେ । ଆଉ ବାହା ହେବା ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ । ପରେ ସେହି ଅଞ୍ଚଳର କାକଟପୁର ଜଗନ୍ନାଥ ମନ୍ଦିରରେ ବରଣମାଳା ଦେଇ ଉଭୟ ଉଭୟଙ୍କୁ ବିବାହ କରିଛନ୍ତି । ଯାହା ସମଗ୍ର ଜିଲ୍ଲାରେ ବେଶ ଆଲୋଚନାର ବିଷୟ ପାଲଟିଛି ।