29.1 C
Bhubaneswar
Monday, June 24, 2024
Homeଓଡିଶାପ୍ରେମିକାର ଆତ୍ମହତ୍ୟା ଯୋଗୁ ପ୍ରେମୀ ଗିରଫ

ପ୍ରେମିକାର ଆତ୍ମହତ୍ୟା ଯୋଗୁ ପ୍ରେମୀ ଗିରଫ

ଭୁବନେଶ୍ୱର: ଗୋଟିଏ ଅପାର୍ଟମେଣ୍ଟରେ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ମିଶିକି ରହୁଥିଲେ । ହେଲେ ପ୍ରେମିକା ଜଣିନଥିଲା ତା’ପ୍ରେମିକର ଆଗରୁ ଗୋଟିଏ ସ୍ତ୍ରୀ ଅଛି । ଯୁବତି ଜଣାଙ୍କ ଜାଣିବା ପରେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିଲେ । ସେହି ମାମଲାରେ ଆଜି ପୁଲିସ ପ୍ରେମିକକୁ ଗରିଫ କରିଛି । ଗିରଫ ଜଣଙ୍କ ହେଲେ ଭାଗିରଥି ଦାସ (୩୮) । ତାଙ୍କ ଘର ଖୋର୍ଦ୍ଧ ଜିଲ୍ଲା ଜଙ୍କିଆ ଥାନା ନିକଟସ୍ଥ  ଦୁଧିଆଝର ଗାଁରେ ବୋଲି ଜଣା ପଡିଛି । ସୂଚନା ଯୋଗ୍ୟ ଯେ, ଭାଗିରଥ ଏବଂ ମୃତା ମହିଳା ସୂଚିସ୍ମିତାରାଣୀ ପ୍ରଧାନ ପରସ୍ପରକୁ ସ୍ୱାମି ସ୍ତ୍ରୀର ପରିଚୟ ଦେଇ ଭରତପୁର ଥାନା ଅନ୍ତର୍ଗତ ପ୍ଳଟ ନମ୍ବର-୨୪୪ ରେ ଥିବା ନୀଳାଚଳ ରୟାଲ ଅପାର୍ଟମେଣ୍ଟର ଫ୍ଲାଟ ନମ୍ବର-୨୦୨ ରେ ରହୁଥିଲେ ।ଭାଗିରଥଙ୍କର ପୂର୍ବରୁ ଜଣେ ପତ୍ନୀ ଥିବା ବେଳେ ୧୦ ବର୍ଷର ଜଣେ ପୁଅ ମଧ୍ୟ ରହିଛି, ଏବଂ ସେମାନେ ସମସ୍ତେ ବରମୁଣ୍ଡାସ୍ଥ କାଳୀ ମନ୍ଦିର ନିକଟରେ ରହୁଥିଲେ, ଫଳରେ ଅଭିଯୁକ୍ତ ଜଣକ ମୃତା ମହିଳାଙ୍କୁ ସମୟ ପ୍ରାୟ ଦେଇପାରୁ ନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ନିୟମିତ ଭାବେ ଝଗଡା ଲାଗିରହୁଥିଲା । ୧୨ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ମୃତା ମହିଳା ରହୁଥିବା ନୀଳାଚଳ ରୟାଲ ଅପାର୍ଟମେଣ୍ଟରକୁ ଯାଇଥିଲେ । ସମ୍ପୃକ୍ତ ମହିଳାଙ୍କ ମୋବାଇଲ ଫୋନ ବିଜି ଦେଖେଇବାରୁ ତାଙ୍କର ଅନ୍ୟ କୌଣସି ଯୁବକଙ୍କ ସହିତ ସମ୍ପର୍କକୁ ଥିବା ନେଇ ସନ୍ଦେହ କରି ସେଠାରେ ଉଭୟଙ୍କ ମଧ୍ୟରେ ଖୁବ ଜୋରରେ ଝଗଡା ହୋଇଥିଲା । ଏହି ଝଗଡ଼ାକୁ ନେଇ ମୃତା ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ଅନ୍ୟ ଏକ କୋଠରୀକୁ ଯାଇ ବେକରେ ଶାଢୀ ଗୁଡ଼େଇ ହୋଇ ଫ୍ୟାନରେ ଝୁଲିପଡ଼ିଥିଲେ । କିଛି ସମୟ ପରେ ଅଭିଯୁକ୍ତ ଜଣକ ଉକ୍ତ କୋଠରୀକୁ ଯାଇ ମହିଳାଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ବଡ ଭଉଣୀଙ୍କୁ ଖବର ଦେଇଥିଲେ । ମୃତା ମହିଳାଙ୍କ ବଡଭଉଣୀ ଘଟଣା ସ୍ଥଳରେ ପହଁଞ୍ଚିବା ପରେ, ଉଭୟ ମିଶି ତାଙ୍କୁ ଫ୍ୟାନରୁ ତଳକୁ ଓହ୍ଲାଇବା ସହିତ ସମ-ହସ୍ପିଟାଲକୁ ନେଇଥିଲେ, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଭରତପୁର ଥାନା ପୁଲିସ ଏହି ମାମଲାର ତଦନ୍ତ କରିବା ସହିତ ଭାଗିରଥିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking