ଭଦ୍ରକ : କରୋନା ମୁକାବିଲା ପାଇଁ ଭଦ୍ରକ , ବାଲେଶ୍ୱର ଓ ଯାଜପୁର ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଭଦ୍ରକରୁ ଏକ ଆଚମ୍ବିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଧୂଷୁରୀ ଅଞ୍ଚଳରେ ଦୁଇଜଣ ପ୍ରେମୀଯୁଗଳ ଏକ ସ୍କୁଟି ଯୋଗେ ବଜାରରେ ବୁଲୁଥିଲେ। ଯାହାକୁ ଦେଖି ଆରଡ଼ି ଫାଣ୍ଡି ଅଧିକାରୀ ସେମାନଙ୍କୁ ଆଣି ଥାନାରେ ଅଟକ ରଖିଥିଲେ। ସ୍କୁଟି ଚଳାଉଥିବା ଯୁବକ ଜଣେ ବିବାହିତା ପୁରୁଷ ଓ ତାଙ୍କର ୧୦ ମାସର ଗୋଟିଏ ଝିଅଟିଏ ମଧ୍ୟ ଅଛି। ତା ପରେ ମଧ୍ୟ ଯୁବକ ଜଣଙ୍କ ଏକ ୧୪ ବର୍ଷୀୟ ନାବାଳିକାକୁ ଭଲ ପାଇ ତାର ମାମୁଁ ଘର ବାଲେଶ୍ୱର ବାହାନଗା ଇଛାପୁରରୁ ନେଇ ଚାଲି ଆସିଥିଲା। ଯୁବକର ନାମ ବଳରାମ ମଲ୍ଲିକ, ଘର ରାଜକନିକା ଥାନା ଅନ୍ତର୍ଗତ ମାନପୁର ଗାଁରେ। ବାପଙ୍କ ନାମ ସୁବାଷ ମଲ୍ଲିକ।
ସୂଚନା ଅନୁଯାୟୀ, ବଳରାମ ଦେଢ଼ ବର୍ଷ ତଳେ ଇଛାପୁରରେ ଭଲ ପାଇ ଵିବାହ କରିଥିଲା ଏବଂ ତାଙ୍କର ଗୋଟିଏ କୁନି ଝିଅଟିଏ ଅଛି । ବଳରାମର ସ୍ତ୍ରୀ ଓ ଝିଅ ଇଛାପୁରରେ ରୁହନ୍ତି। ଗତ ମାର୍ଚ୍ଚ ମାସ ୨୦ ତାରିଖରେ ତାମିଲନାଡୁର ଇଛାପୁରକୁ ଫେରି ନିଜ ପରିବାରରେ ରହୁଥିଲେ ବଳରାମ। ସେଠାରେ ସେ ଏହି ନାବାଳିକାକୁ ଦେଖିବା ପରେ ତା ସହ ପ୍ରେମ ହୋଇଯାଇଥିଲା। ପରେ ନାବାଳିକା ରହୁଥିବା ତା ମାମୁ ଘରୁ ବଳରାମ ସ୍କୁଟିରେ ଉଠାଇ ଆଣି ନିଜ ଗାଁ ମାନପୁର ନେଉଥିଲା। ଆରଡ଼ି ବାଇପାସ ନିକଟରେ ପୋଲିସ ଏହି ଦୁଇ ଜଣକୁ ଫାଣ୍ଡିକୁ ଆଣି ଅଟକ ରଖିଛି। ବର୍ତ୍ତମାନ ନାବାଳିକା ଜଣକ ନବମ ଶ୍ରେଣୀରେ ପଢୁଥିବାର ଜଣା ପଡ଼ିଛି। ତେବେ ଏତେ ସବୁ କଟକଣା ସତ୍ତ୍ୱେ ଉଭୟ କେମିତି ଏତେ ବାଟ ସ୍କୁଟିରେ ବୁଲୁଥିଲେ ତାହା ସମସ୍ତଙ୍କୁ ଚକିତ କରିଛି ।