39.1 C
Bhubaneswar
Wednesday, April 24, 2024
Homeକରୋନାଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭୭୫କୁ ଛୁଇଁଲା

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭୭୫କୁ ଛୁଇଁଲା

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫୦୬ ପହଁଚିଛି । ଚିକିତ୍ସାଧୀନ ଅଛନ୍ତି ୧୮,୬୬୮ଜଣ । ଏଥିରେ ସୁସ୍ଥ ହୋଇ ଫେରିଛନ୍ତି ୪୭୪୮ଜଣ । ମୃତ୍ୟୁବରଣ କରିଛନ୍ତି ୭୭୫ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୦୧ଜଣଙ୍କର ମୃତ୍ୟୁ ଘଟିଲାଣି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୨୯ ), ଆସାମରେ(୧), ବିହାରରେ(୨), ଦିଲ୍ଲୀରେ(୫୩), ଗୁଜୁରାଟରେ( ୧୨୭), ହରିୟାଣାରେ(୩),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୫), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍‌ରେ(୧୮), କେରଳରେ(୩),ମଧ୍ୟପ୍ରଦେଶରେ(୯୨), ମହାରାଷ୍ଟ୍ରରେ(୩୦୧),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୭), ରାଜସ୍ଥାନରେ(୨୭), ତାମିଲନାଡୁରେ(୨୨), ତେଲେଙ୍ଗାନାରେ(୨୬), ଉତ୍ତରପ୍ରଦେଶରେ(୨୫) ଓ ପଶ୍ଚିମବଙ୍ଗରେ(୧୮) । ହେଲେ କୋଭିଡ୍‌-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୪୪୭ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୧୮,୧୭୧ ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୭୮୦ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୫,୪୯୬ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking