30.1 C
Bhubaneswar
Saturday, October 5, 2024
Homeଅପରାଧପ୍ରେମ ବିବାହର କରୁଣ ପରିଣତି: ପତ୍ନୀଙ୍କୁ କଇଁଚିରେ ଭୁସି ହତ୍ୟା କଲା ସ୍ୱାମୀ

ପ୍ରେମ ବିବାହର କରୁଣ ପରିଣତି: ପତ୍ନୀଙ୍କୁ କଇଁଚିରେ ଭୁସି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବଡ଼ପଥରା ପଞ୍ଚାୟତ ହିଞ୍ଜଲଗଡିଆ ଗ୍ରାମରେ ଏକ ହତ୍ୟା ଘଟଣା ଘଟିଛି । ସ୍ତ୍ରୀକୁ କଈଁଚିରେ ଆକ୍ରମଣ କରି ହତ୍ୟା କରିଛି ସ୍ୱାମୀ । ପାରିବାରିକ କଳହରୁ ଏଭଳି ଉଗ୍ରରୂପ ଘଟିଥିବାରୁ ଅନୁମାନ କରାଯାଉଛି ।
ସୂଚନା ମୁତାବକ ବଡ଼ପଥରା ପଞ୍ଚାୟତ ହିଞ୍ଜଳଗଡିଆ ଗ୍ରାମର ସୋରେନ ମୁର୍ମୁଙ୍କ ଘରକୁ ପ୍ରଥମାଷ୍ଟମୀରେ ତାଙ୍କ ଝିଅ ସୁହାଗୀ(୨୫) ଓ ଜ୍ୱାଇଁ ମଧୁସୂଦନ ଆସି ରହିଥିଲେ । ସୋମବାର ରାତିରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହି କଳହ କ୍ରମେ ଉଗ୍ର ଭାବରେ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ସ୍ତ୍ରୀକୁ କଈଁଚିରେ ଭୂଷି ଦେଇଥିଲା ।

ପରିବାର ଲୋକ ଗୁରୁତର ଅବସ୍ଥାରେ ଝିଅକୁ ଡୁକୁରା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀକୁ ଅଟକ ରଖିବା ସହିତ ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । ଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ମଧୁସୂଦନ ମୁର୍ମୁ ବିସିପୁର ପଞ୍ଚାୟତ ଅଧୀନ କନ୍ଥ ସାହି ଗ୍ରାମର ହୋଇଥିବା ବେଳେ ଚାରି ବର୍ଷ ପୂର୍ବେ ମୃତ ସୁହାଗୀ ମୁର୍ମୁକୁ ପ୍ରେମ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking