30.1 C
Bhubaneswar
Saturday, July 6, 2024
Homeଓଡିଶାବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ଚତୁର୍ଦ୍ଧାମୂର୍ତ୍ତି

ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଯିଏ ବିଶ୍ୱ ନିଅନ୍ତା, ଯାହା ହାତରେ ଦୁନିଆର ଡୋରି, ତାକୁ ସାମାନ୍ୟ ଡୋରିରେ ବାନ୍ଧି ନେଉଛି ଅବୋଧ ମଣିଷ । ପୂର୍ବରୁ ବାଲେଶ୍ୱରରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ଶ୍ରୀକ୍ଷେତ୍ର ପୁରୀରେ । ଏଥର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟ୍ରଲିରେ ବାନ୍ଧି ବୋହିନେଲେ ଚାଳକ । ଏପରି ସ୍ପର୍ଶକାତର ଘଟଣା ପୁରୀ ବଡ଼ଦାଣ୍ଡରେ ଘଟିଥିବା ବେଳେ ଏହା ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ଖୁବ୍‌ କୁଠାରଘାତ କରିଛି। ଗତକାଲି ଅପରାହ୍ନରେ ଜଣେ ଟ୍ରଲି ଚାଳକ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କୁ ଏକ କପଡ଼ା ଧଡ଼ିରେ ବାନ୍ଧି ଏକ ଟ୍ରଲିରେ ରଖି ବଡ଼ଦାଣ୍ଡରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ସଂପୃକ୍ତ ଚାଳକ ସିଂହଦ୍ୱାରରୁ ଦୋଳବେଦୀ କୋଣ ଅଭିମୁଖେ ଯାଉଥିଲେ। ଏ ସଂପର୍କରେ କିଛି ସ୍ଥାନୀୟ ଲୋକେ ରିକ୍ସା ଚାଳକଙ୍କୁ ପଚାରିବାରୁ ସେ ବାଲିସାହିରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଫେରୁଥିବା କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking