28.1 C
Bhubaneswar
Monday, May 27, 2024
Homeଅପରାଧଭଗବାନଙ୍କୁ ବି ଛାଡିଲେନି ଦୁବୃର୍ତ୍ତ ହନୁମାନ ମନ୍ଦିରରୁ ଲୁଟ

ଭଗବାନଙ୍କୁ ବି ଛାଡିଲେନି ଦୁବୃର୍ତ୍ତ ହନୁମାନ ମନ୍ଦିରରୁ ଲୁଟ

ବଲାଙ୍ଗୀର : ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ହନୁମାନ ମନ୍ଦିରରେ ଦୁବୃର୍ତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ସୁନାର ମୁକୁଟ, ରୁପାର ମୁକୁଟ, ଦାନ ଜିନିଷ ଓ ୪ଟି ଛତର ଚୋରି କରି ନେଇଥିଲେ। ତେବେ ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହାସହ ମନ୍ଦିରର ଜିନିଷପତ୍ର ଏଣେତେଣେ ଫୋପଡ଼ା ଫିଙ୍ଗା ହୋଇଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଏହାପରେ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking