ଭୁବନେଶ୍ୱର : ଦିନକୁ ଦିନ ଓଡିଶା ତଥା ରାଜଧାନିରେ ମାତିଛନ୍ତି ହାଇଟେକ ଲୁଟେରା । ବିଭିନ୍ନ କୌଶଳ କରି ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ଆଜି ପୋଲିସର ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡିଛି ହେଇଟେକ ଲୁଟେରା । ରାଜଧାନୀ ଭୁବନେଶ୍ୱରର ଏକ ଦାମୀ ହୋଟେଲରୁ ଲୁଟେରାକୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ । ଲୁଟେରା ଜଣକ ଆୟକର ଅଧିକାରୀ କହି ସୁନା ଦୋକାନୀକୁ ଠକୁଥିଲା । ସୁନା କିଣିବା ପରେ ଅନଲାଇନ ପେମେଣ୍ଟ ନାଁରେ କୌଶଳ କରି ଠକୁ ଥିଲା ଏହି ଲୁଟେରା ।
ମୋବାଇଲରେ ଟଙ୍କା ଡେବିଟ ହେବା ଦେଖାଇବା ପରେ ମଧ୍ୟ ଦୋକନୀ ଟଙ୍କା ପାଉ ନଥିଲେ । ଗିରଫ ଲୁଟେରା ଜଣକ ହେଲେ ବେଙ୍ଗାଲୁରୁର ବିଶାଲ କୁମାର ଲିଲେଙ୍ଗା । ବିଶାଲ ଝାରସୁଗଡା, ପୁରୀ, ସମ୍ବଲପୁର ଓ ଅନେକ ସ୍ଥାନ ରେ ଏକାଧିକ ଠକେଇରେ ସମ୍ପୃକ୍ତ ଅଛନ୍ତି । ବିଶାଲକୁ ଗିରଫ କରିବା ପରେ ସମ୍ବଲପୁରୁ ପୋଲିସକୁ ହସ୍ତାନ୍ତର କରିଛି ସ୍ପେଶାଲ ସ୍କ୍ୱାଡ ।