36.1 C
Bhubaneswar
Sunday, May 19, 2024
Homeଓଡିଶାଅମାନିଆଙ୍କୁ ମହଙ୍ଗା ପଡ଼ିଲା ଲକ୍‌ଡାଉନ୍‌, ଗଣିଲେ ୫୦ କୋଟି

ଅମାନିଆଙ୍କୁ ମହଙ୍ଗା ପଡ଼ିଲା ଲକ୍‌ଡାଉନ୍‌, ଗଣିଲେ ୫୦ କୋଟି

ଭୁବନେଶ୍ବର : କରୋନା କାଳରେ ଅମାନିଆଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ୍ ହୋଇଛି କମିସନରେଟ୍‌ ପୁଲିସ। ଦୁର୍ଘଟଣା ଓ କରୋନା ସଂକ୍ରମଣ ‌ରୋକିବା ନେଇ ଯେତେ‌ କଟକଣା‌, କଠୋର ନିୟମ, ଜରିମାନା ଆଦାୟ କଲେ ବି ବାରମ୍ବାର ନିୟମ ଉଲ୍ଲଂଘନ କରିଛନ୍ତି ଅମାନିଆ। ଲକ୍‌ଡାଉନ୍ ବେଳେ ଦ୍ବୈତନଗରୀର ଜରିମାନା ତଥ୍ୟ ଦେଖିଲେ ସ୍ପଷ୍ଟ ବାରି ହେଉଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନରେ ଭୁବନେଶ୍ବର ଆଗରେ ଥିବା ବେଳେ କରୋନା କଟକଣା ଉଲ୍ଲଂଘନରେ କଟକ ଆଗରେ ରହିଛି। ଏହି ଦୁଇ ସହରବାସୀ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଗତ ଦୁଇ ବର୍ଷରେ ୪୯କୋଟିରୁ ଊର୍ଧ୍ବ ଟଙ୍କା ତଣ୍ଡ ଗଣିଥିବା ବେଳେ କରୋନା କ‌ଟକଣା ନମାନି ୯୦ଲକ୍ଷରୁ ଅଧିକ ଟଙ୍କା ତଣ୍ଡ ଗଣିଛନ୍ତି। ଭୁବନେଶ୍ବରରୁ ୪୫ କୋଟି ଏବଂ କଟକରୁ ୫କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି।

ସୋମବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଶ୍ରୀ ମିଶ୍ର ରଖିଥିବା ଉତ୍ତର ଅନୁସାରେ ଭୁବନେଶ୍ବରରୁ ୨୦୨୦ ମସିହାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ବାଦକୁ ସାଢ଼େ ୧୩ କୋଟି, ବିନା ହେଲ୍‌ମେଟ୍ ବାବଦକୁ ସାଢ଼େ ୮କୋଟି, ବିନା ସିଟ୍‌ବେଲ୍ଟ ବାବଦକୁ ୬୫ଲକ୍ଷ ଏବଂ ମାସ୍କ ପିନ୍ଧି ନଥିବା ବାବଦକୁ ୮ଲକ୍ଷରୁ ଊର୍ଧ୍ବ ଟଙ୍କା ଆଦାୟ ହୋଇଛି। ସେହିପରି ୨୦୨୧ ଅଗଷ୍ଟ ମାସ ସୁଦ୍ଧା ମସିହାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ବାଦକୁ ସାଢ଼େ ୧୧ କୋଟି, ବିନା ହେଲ୍‌ମେଟ୍ ବାବଦକୁ ସାଢ଼େ ୯ କୋଟି, ବିନା ସିଟ୍‌ବେଲ୍ଟ ବାବଦକୁ ୫୬ ଲକ୍ଷ ଏବଂ ମାସ୍କ ପିନ୍ଧି ନଥିବା ବାବଦକୁ ୩ ଲକ୍ଷରୁ ଊର୍ଧ୍ବ ଟଙ୍କା ଆଦାୟ ହୋଇଛି।

ଅନ୍ୟପକ୍ଷରେ କଟକରୁ ୨୦୨୦ ମସିହାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ବାବଦକୁ ଅଢ଼େଇ କୋଟି, ବିନା ହେଲ୍‌ମେଟ୍ ବାବଦକୁ ଏକ କୋଟି, ବିନା ସିଟ୍‌ବେଲ୍ଟ ବାବଦକୁ ଏକ ଲକ୍ଷ ଏବଂ ମାସ୍କ ପିନ୍ଧି ନଥିବା ବାବଦକୁ ୭୪ ଲକ୍ଷରୁ ଊର୍ଧ୍ବ ଟଙ୍କା ଆଦାୟ ହୋଇଛି। ୨୦୨୧ ଅଗଷ୍ଟ ସୁଦ୍ଧା କଟକରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ବାବଦକୁ ୧ କୋଟି, ବିନା ହେଲ୍‌ମେଟ୍ ବାବଦକୁ ୩୪ ଲକ୍ଷ, ବିନା ସିଟ୍‌ବେଲ୍ଟ ବାବଦକୁ ୧୯ ହଜାର ଏବଂ ମାସ୍କ ପିନ୍ଧି ନଥିବା ବାବଦକୁ ସାଢ଼େ ୫ ଲକ୍ଷରୁ ଊର୍ଧ୍ବ ଟଙ୍କା ଆଦାୟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking