31.1 C
Bhubaneswar
Sunday, May 19, 2024
Homeଓଡିଶାହଷ୍ଟେଲ ଖାଦ୍ୟରେ ପଡିଲା ଝିଟିପିଟି, ୧୪ ଛାତ୍ର ଅସୁସ୍ଥ

ହଷ୍ଟେଲ ଖାଦ୍ୟରେ ପଡିଲା ଝିଟିପିଟି, ୧୪ ଛାତ୍ର ଅସୁସ୍ଥ

ଭଦ୍ରକ: ଭଦ୍ରକ ସହରର ମୋଟେଲ ଛକ ସ୍ଥିତ ଏକ ଘରୋଇ ଆଇଆଇଟିର ୧୪ ଛାତ୍ର ଅସୁସ୍ଥ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପରେ ଚିକିତ୍ସିତ ହୋଇ ଫେରିଛନ୍ତି ।

ସୂଚନା ଅନୁଯାୟୀ ଭଦ୍ରକ ସହରର ମୋଟେଲ ଛକଠାରେ ଥିବା ଏକ ଆଇଆଇଟିର ଛାତ୍ରମାନେ ସବୁଦିନ ଭଳି ରାତ୍ରୀଭୋଜନ ପାଇଁ ହଷ୍ଟେଲରେ ଖାଦ୍ୟ ଖାଇବା ବେଳେ ଭାତ ଓ ଡାଲମା ଖାଉଥିବା ବେଳେ ଡାଲମାରେ ଏକ ଝିଟିପିଟି ପଡିଥିବା ଦେଖିଥିଲେ । ଏହାପରେ ଏହି ଝିଟିପିଟିକୁ ବାହାର କରି ଦିଆଯାଇଥିଲା । କିନ୍ତୁ ଯେଉଁମାନେ ଏହି ଖାଦ୍ୟ ଖାଇଥିଲେ ସେମାନେ କିଛି ସମୟ ପରେ ଅସୁସ୍ଥ ହୋଇ ପଡିଥିଲେ ବୋଲି ସୂଚନା ମିଳିଛି ।

ପୂର୍ବରୁ ଯେଉଁମାନେ ଖାଇଥିଲେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ଆଇଆଇଟି କର୍ତ୍ତୃପକ୍ଷ ୧୪ ଜଣ ଛାତ୍ରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସମସ୍ତ ଛାତ୍ରଙ୍କୁ ସାଲାଇନ ଓ ଔଷଧ ଦିଆଯାଇ ଚିକିତ୍ସା କରାଯିବା ପରେ ସୁସ୍ଥ ଅନୁଭବ କରିବାରୁ ସମସ୍ତଙ୍କୁ ମେଡିକାଲରୁ ଡିସଚାର୍ଯ କରାଯାଇଛି ।

ଛାତ୍ରମାନଙ୍କ ମଧ୍ୟରୁ କିଛି ଛାତ୍ର ଝିଟିପିଟି ଡାଲମାରେ ପଡିଥିବାର ଦେଖିଥିବା ବେଳେ କିଛି ଛାତ୍ର ଅସୁସ୍ଥ ଅନୁଭବ କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଝିଟିପିଟି ଡାଲମାରେ ପଡିଥିବା କଥା ଜାଣିନଥିବା କଥା କହିଛନ୍ତି । ସମସ୍ତ ଛାତ୍ର ହଷ୍ଟେଲକୁ ସୁସ୍ଥ ହୋଇ ଫେରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking