27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ

ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ

ଲଣ୍ଡନ: ବୈଦେଶିକ ସଚିବ ଲିଜ ଟ୍ରସ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଭାରାତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାସଂଦ ଋଷି ସୁନକଙ୍କୁ 20 ହଜାରରୁ ଅଧିକ ଭୋଟରେ ହରାଇ ବ୍ରିଟେନ ପିଏମ ଗାଦି ଅକ୍ତିଆର କରିଛନ୍ତି 47 ବର୍ଷୀୟ ଲିଜ ଟ୍ରସ । ସେ ତୃତୀୟ ମହିଳା ଭାବେ ବ୍ରିଟେନ ପିଏମ ଆସନ ଅଳଙ୍କୃତ କରିଛନ୍ତି । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ । ରାଣୀ ଏଲିଜାବେଥ ଦ୍ବିତୀୟ ତାଙ୍କୁ ଶପଥପାଠ କରାଇ ଔପଚାରିକ ଭାବେ ନାମ ଘୋଷଣା କରିବେ । ଏଥିପାଇଁ ସ୍କଟଲାଣ୍ଡରେ ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହେବ ।

ଦକ୍ଷିଣପନ୍ଥା ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ବୋରିସ ଜନସନଙ୍କ ସ୍ଥାନ ନେବେ । ଦେଶର ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ଲିଜ ଜଣାଶୁଣା । 2 ମାସ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟାରେ ଋଷି ସୁନକଙ୍କ ସହ ତାଙ୍କର କଡା ମୁକାବିଲା ହୋଇଥିଲା । ବୋରିସ ଜନସନଙ୍କ ସରକାରରେ ଲିଜ ବିଦେଶ ମନ୍ତ୍ରୀ ଥିଲେ । 11ମାସ ଧରି ସେ ଏହି ପଦରେ ରହିଥିଲେ । ଚୂଡାନ୍ତ ପର୍ଯ୍ୟାୟ ନିର୍ବାଚନରେ ଲିଜ ଟ୍ରସଙ୍କୁ 81,316 ଖଣ୍ଡ ଭୋଟ ମିଳିଥିଲା । ଋଷି ସୁନକଙ୍କୁ 60, 399 ଭୋଟ ମିଳିଥିଲା ।

ମୋଟ ଭୋଟ ସଂଖ୍ୟା 1,71,437 ଥିଲା ଏବଂ ଭୋଟ ହାର 82.6 ପ୍ରତିଶତ ରହିଥିଲା । 654 ଖଣ୍ଡ ଭୋଟ ନାକଚ ହୋଇଥିଲା । ପ୍ରଥମ 5ଟି ପର୍ଯ୍ୟାୟ ଭୋଟିଂରେ ଟ୍ରସଙ୍କୁ ପଛରେ ପକାଇଥିଲେ ଋଷି । ସୁନକ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା । ହେଲେ ଚୂଡାନ୍ତ ପର୍ଯ୍ୟାୟରେ ବାଜି ମାରି ନେଇଥିଲେ ଟ୍ରସ ।

ବିଭିନ୍ନ ସର୍ଭେ ରିପୋର୍ଟରେ ଲିଜ ବିପୁଳ ବିଜୟ ହାସଲ କରିବା ନେଇ ଆକଳନ ହୋଇଥିଲା ଯାହା ସତ ହୋଇଛି । ହେଲେ ଫଳାଫଳରୁ କିଛି ଅଲଗା ଚିତ୍ର ଆସିଛି । 2001 ପରେ ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଲିଜଙ୍କୁ 60%ରୁ କମ ଭୋଟ ମିଳିଛି । ତାଙ୍କ ପକ୍ଷରେ 56% ଦଳୀୟ ସଦସ୍ୟଙ୍କ ଭୋଟ ଆସିଛି । 2019 ବୋରିସ ଜନସନଙ୍କୁ 66.4% ଭୋଟ ମିଳିଥିଲା । ଅନେକ ବିବାଦରେ ଫସିବା କାରଣରୁ ଚଳିତବର୍ଷ ଜୁଲାଇ 7ରେ କଞ୍ଜରଭେଟିଭ ପାର୍ଟି ପଦରୁ ଇସ୍ତଫା ଦେଇଥିଲେ ବୋରିସ ଜନସନ । ଏହା ପରେ ଲିଜ ଟ୍ରସ ଓ ଋଷି ସୁନକଙ୍କ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା ।

କଞ୍ଜରଭେଟିଭ ପାର୍ଟି ନେତ୍ରୀ ତଥା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ଓ ବ୍ରିଟେନ ସମ୍ପର୍କ ଆହୁରି ମଜବୁତ ହେବ । ଏ ନେଇ ଅନେକ ଥର ସଂଙ୍କେତ ଦେଇଛନ୍ତି ଟ୍ରସ । କିଛି ଦିନ ତଳେ ସେ ଭାରତ-ବ୍ରିଟେନ ଅର୍ଥନୈତିକ ସମ୍ପର୍କକୁ ‘ମଧୁର ସ୍ଥାନ’ ବୋଲ କହିଥିଲେ । ବ୍ରିଟେନର ବୈଦେଶିକ ମନ୍ତ୍ରୀ ଭାବେ ଭାରତ ସହ ସେ ଏକାଧୀକ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଆଗକୁ ଦୁଇ ଦେଶ ମଧ୍ୟରେ ସାମଗ୍ରୀ ଯୋଗାଣ ପାଇଁ ବାଟ ଫିଟିବ । ଅର୍ଥ ସେବାଠୁ ନ୍ୟାୟିକ ସେବା ଯାଏ, ଡିଜିଟାଲ ଓ ଡାଟା ଏବଂ ସାମଗ୍ରୀ ଆଦି ସବୁକିଛି ସାମିଲ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking