19.1 C
Bhubaneswar
Sunday, November 24, 2024
Homeଅପରାଧଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ନୁଆପଡା: ଖଡିଆଳ ଏସଟିଏଫ୍ ଟିମକୁ ବଡ ସଫଳତା । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ଘଟଣାସ୍ଥଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ । ଘଟଣାସ୍ଥଳରୁ ଏକ ଗାଡି ସହ କିଛି ଅପରାଧୀକ ସାମଗ୍ରୀ ଜବତ କରିଛି ଏସଟିଏଫ । ସୂଚନା ଅନୁସାରେ, ଆଜି ସକାଳେ ନୁଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ବାଙ୍କପୁର ଛକ ନିକଟରେ ଏକ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ ଚାଲିଥିଲା । ବିଶେଷ ସୁତ୍ରରୁ ଖବର ପାଇ ଠିକ ସମୟରେ ଏସଟିଏଫ ଟିମ ଖଡିଆଳ ବନବିଭାଗ ସହାୟତାରେ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ଏକ ଜୀବନ୍ତ ବଜ୍ରକାପ୍ତା ସହ ଏକ ଗାଡି ଓ କିଛି ଅପରାଧୀକ ସାମଗ୍ରୀ ଜବତ କରିଥିଲା ଏସଟିଏଫ । ତେବେ ଘଟଣାସ୍ଥଳରୁ ଏକ ବ୍ୟବସାୟୀକୁ ମଧ୍ୟ ଗିରଫ କରିଛି ବନବିଭାଗ । ବ୍ୟବସାୟୀ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର କୁହୁରା ଥାନା କଣ୍ଟାମାଳ ଗାଁର ଗିରିଷ ସାହୁଙ୍କ ପୁଅ ରଞ୍ଜନ କୁମାର ସାହୁ । ଏସଟିଏଫ୍ ଥାନାରେ ଏକ ମାମଲା ରୁଜୁ କରି ୱାଇଲ୍ଡ ଲାଇଫ୍ ପ୍ରୋଟେକସନ ଆକ୍ଟ, ୧୯୭୨ ଅନୁଯାୟୀ ସେକ୍ସନ ୫୧ ଅଧିନରେ ଆଇପିସି ଧାରା ୩୭୯/୪୧୧/୧୨୦(ବି)ରେ ଅଭିଯୁକ୍ତକୁ କୋର୍ଟ ଫରୱାଡ କରିଛି । ବନ୍ୟପ୍ରାଣୀ ଚାଲାଣର ମୁକାବିଲା ଓ ରାଜ୍ୟରେ ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା ପାଇଁ ଓଡ଼ିଶା ପୁଲିସ ଓ ବନ ବିଭାଗର ନିରନ୍ତର ଉଦ୍ୟମର ଏହି ସଫଳ ଅଭିଯାନ ଏକ ପ୍ରମାଣ। ପାଙ୍ଗୋଲିନ୍ ହେଉଛି ବିଶ୍ୱର ସବୁଠାରୁ ଅଧିକ ଚୋରା ଚାଲାଣ ହେଉଥିବା ପଶୁ ମାନଙ୍କ ମଧ୍ୟରୁ ଅନ୍ୟତମ। ଏମାନଙ୍କ ମାପଚୁପ ଓ ମାଂସର ବେଆଇନ କାରବାର ଏମାନଙ୍କ ବଞ୍ଚିବା ପାଇଁ ବିଶେଷ ବିପଦ ସୃଷ୍ଟି କରୁଛି। ରାଜ୍ୟରେ ବନ୍ୟପ୍ରାଣୀ ଚାଲାଣ ବିରୋଧରେ ଏସଟିଏଫ ଆଗରେ ରହିଥିବା ବେଳେ ଏମାନଙ୍କ କାର୍ଯ୍ୟ ଯୋଗୁଁ ବିଗତ ବର୍ଷମାନଙ୍କରେ ଅନେକ ସଫଳ ଅପରେସନ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking