ଭୋପାଳ: ଅକ୍ଟୋବର ୯ରୁ ନଭେମ୍ବର ୧୬ ମଧ୍ୟରେ ମଧ୍ୟପ୍ରଦେଶରେ ୩୪୦ କୋଟି ଟଙ୍କାର ସ୍ୱର୍ଣ୍ଣାଳଙ୍କାର, ମଦ, ଡ୍ରଗ୍ସ ଓ ନଗଦ ଟଙ୍କା ଜବତ କରାଯାଇଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ଚଳିତମାସ ୧୭ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇସାରିଛି । ତେେ ଅକ୍ଟୋବର ୯ରେ ଆଚରଣ ବିଧି ଲାଗୁହେବାପରେ ରାଜ୍ୟ ପୁଲିସର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରୁ ମଦ, ଡ୍ରଗ୍ସ ଓ ସ୍ୱର୍ଣ୍ଣାଳଙ୍କାର ଇତ୍ୟାଦି ଜବତ କରିଛି ।
ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଏହା ବ୍ୟବହାର କରାଯାଇଥାନ୍ତା ବୋଲି କୁହାଯାଇଛି । ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନ ଏହା ଜଣାଇଛନ୍ତି । ଏଥିମଧ୍ୟରେ ୬୫.୫୬ କୋଟିର ମଦ, ୧୭.୨୫ କୋଟିର ଡ୍ରଗ୍ସ, ୯୨.୭୬ କୋଟିର ସ୍ୱର୍ଣ୍ଣାଳଙ୍କାର, ନଗଦ ୪୦.୧୮ କୋଟି ଅନ୍ତର୍ଭୁକ୍ତ ।