31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଡାଇନୋସର ଭଳି କମୁଛି ଧଳା ଭାଲୁଙ୍କ ସଂଖ୍ୟା; କ’ଣ ରହିଛି ଏହାର ମୁଖ୍ୟ କାରଣ?

ଡାଇନୋସର ଭଳି କମୁଛି ଧଳା ଭାଲୁଙ୍କ ସଂଖ୍ୟା; କ’ଣ ରହିଛି ଏହାର ମୁଖ୍ୟ କାରଣ?

ନୂଆଦିଲ୍ଲୀ: ସମସ୍ତଙ୍କୁ ଜଣାଅଛି ଧିରେ ଧିରେ କରି ସାରା ପୃଥିବୀରୁ ଲୋପ ପାଇ ଯାଇଛି ଡାଇନୋସର ଜାତି । ଡାଇନୋସର ପ୍ରଜାତି ପରେ ଏବେ ଧଳା ଭାଲୁ ସଂଖ୍ୟା ମଧ୍ୟ ଲୋପ ପାଇବା ଆଡକୁ ଗତି କରୁଛି । ଦ୍ରୁତ ଗତିରେ ଧଳା ଭାଲୁଙ୍କ ସଂଖ୍ୟା କମୁଥିବା ନେଇ ସରକାରୀ ସର୍ଭେରୁ ଜାଣିବାକୁ ମିଳିଛି । ଏହା ଏବେ ଏକ ବଡ ଚିନ୍ତାର ବଡ ବିଷୟ ପାଲଟିଛି ।

ପ୍ରକୃତିର ଆଉ ଏକ ବିରଳ ଜୀବ ଧଳା ଭାଲୁଙ୍କ ସଂଖ୍ୟା ଏବେ ଦ୍ରୁତ ବେଗରେ ଲୋପ ପାଇବାରେ ଲାଗିଛି । କାନାଡାର ଆର୍କିଟେକର ଦକ୍ଷିଣ ଭାଗରେ ଥିବା ହଡସନ ଉପକୂଳ ଅଞ୍ଚଳରେ ଧଳାଭାଲୁ ସଂଖ୍ୟା ଏବେ କମି କମି ଯାଉଛି । ବିଶେଷ କରି ମାଈ ଭାଲୁ ଏବଂ ଭାଲୁ ଶାବକଙ୍କ ସଂଖ୍ୟା ହ୍ରାସ ପାଉଥିବା ରିପୋର୍ଟରୁ ଜାଣାପଡିଛି । ଗବେଷକମାନେ ଏହି ଅଞ୍ଚଳରେ ଆକାଶମାର୍ଗରେ ବୁଲି ଗବେଷଣା କରିଥିଲେ। ଧଳା ଭାଲୁଙ୍କ ରାଜଧାନୀ କୁହାଯାଉଥିବା ଟାଉନ ଅଫ୍ ଚର୍ଚ୍ଚିଲ୍ରେ ମଧ୍ୟ ଏରିଏଲ ସର୍ଭେ ହୋଇଥିଲା। ପ୍ରତ୍ୟେକ ୫ ବର୍ଷରେ ଏହି ସର୍ଭେ କରାଯାଉଛି। ଯେଉଁଥିରେ ଭାଲୁଙ୍କ ସଂଖ୍ୟା ଉପରେ ନଜର ରଖାଯାଉଛି।

ଗତବର୍ଷ ୨୦୨୧ ଅଗଷ୍ଟ ଶେଷରୁ- ସେପ୍ଟେମ୍ବର ଆରମ୍ଭ ପର‌୍ୟ୍ୟନ୍ତ ଗବେଷଣା ହୋଇଥିଲା। ଚଳିତ ମାସ ଏହା ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ ୧୯୪ ଭାଲୁ ଦେଖାଯାଇଥିଲା। ଗଣନା ଆଧାରରେ ମୋଟ ଭାଲୁ ସଂଖ୍ୟା ୬୧୮ ରହିଥିଲା। ହେଲେ ୫ ବର୍ଷ ପୂର୍ବେ ଏହି ସଂଖ୍ୟା ୮୪୨ ଥିଲା ବୋଲି ଗବେଷକମାନେ କହିଛନ୍ତି। ୨୦୧୧ ଓ ୨୦୧୬ରେ କରାଯାଇଥିବା ଆକାଶମାର୍ଗ ଗବେଷଣା ତୁଳନାରେ ପଶ୍ଚିମ ହଡସନ ଉପକୂଳାଞ୍ଚଳରେ ଭାଲୁ ସଂଖ୍ୟା ପ୍ରଚୁର ପରିମଣାରେ ହ୍ରାସ ପାଇଛି। ୨୦୧୧- ୨୦୧୬ ଭିତରେ ବୟସ୍କ ଭାଲୁ ଓ ଶାବକ ଭାଲୁ ସଂଖ୍ୟା ବହୁ ସଂଖ୍ୟାରେ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ଗବେଷମାନେ କହିଛନ୍ତି। ଏଥିସହିତ ଭାଲୁ ଶିକାର ଓ ଅନ୍ୟସ୍ଥାନକୁ ପଳାୟନ ମଧ୍ୟ ସଂଖ୍ୟା ହ୍ରାସର କାରଣ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking