30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଝରକାରୁ ହେବ ବିଜୁଳି ଉତ୍ପାଦନ : ଦେବାକୁ ପଡ଼ିବନି ଇଲେକ୍ଟ୍ରି ବିଲ୍….

ଝରକାରୁ ହେବ ବିଜୁଳି ଉତ୍ପାଦନ : ଦେବାକୁ ପଡ଼ିବନି ଇଲେକ୍ଟ୍ରି ବିଲ୍….

ନୂଆଦିଲ୍ଲୀ: ଆଜିର ସମୟରେ ବିଜୁଳି ସମସ୍ତଙ୍କର ଆବଶ୍ୟକତା ପାଲଟିଯାଇଛି । ଏମିତିକି ଏହା ବଡ଼ ବଡ଼ ଜନବସତି ପାଇଁ ଏକ ସମସ୍ୟା ଭାବରେ ଉଭା ହୋଇଛି । ଅନେକ ସମୟରେ ବିଜୁଳି ସମସ୍ୟା ମଧ୍ୟ ଦେଖାଦେଉଛି । କିନ୍ତୁ କଣ ହେବ ଯଦି ଆପଣଙ୍କ ଘରେ ଲାଗିଥିବ ଝରକାରୁ ବିଜୁଳି ଉତ୍ପନ୍ନ ହେବ? ଆମେ କହୁଛୁ ସୋଲାର ପାୱାର କଥା । ଏହି ସୋଲାର ପାୱାର ବିଜୁଳି ସମସ୍ୟାର ସମାଧାନ କରିପାରେ ।

ଏହି କ୍ଷେତ୍ରରେ ପ୍ରତି ଦିନ ନୂଆ-ନୂଆ ରିସର୍ଚ୍ଚ କରାଯାଉଛି । ଗାଁର ଘର ହେଉ କିମ୍ବା ପୁଣି ସହରର ଗଗନଚୁମ୍ବି ବିଲ୍ଡିଂ, ଏହି ସବୁ ସ୍ଥାନରେ ଘରର ଝରକାରେ କାଚର ବ୍ୟବହାର ହୋଇଥାଏ । ଯଦି ଏହି କାଚ ଦ୍ୱାରା ଆମେ ବିଜୁଳି ଉତ୍ପନ୍ନ କରିପାରୁ, ତେବେ ଆମର ବିଜୁଳି ବିଲ୍ କମ୍ ହୋଇପାରେ । ଏହା ସହ ପାୱାର ସପ୍ଲାଏ ପାଇଁ ଆମ ପାଖରେ ଆଉ ଏକ ଉତ୍ସ ମିଳିଯିବ ।

କାଚ ଝରକାରୁ ବିଜୁଳି ସପ୍ଲାଏ ଏବେ ହୁଏତ କାଳ୍ପନିକ ଲାଗିପାରେ, କିନ୍ତୁ ଆସନ୍ତା ସମୟରେ ଏହା ସତ ହୋଇପାରେ । ଆମେ କହୁଛୁ ଟ୍ରାନ୍ସପେରେଣ୍ଟ ସୋଲାର ପ୍ୟାନେଲ ବିଷୟରେ । ଏହି ଟେକ୍ନୋଲୋଜୀ ଦ୍ୱାର ଝରକା ଏବଂ ବାଲକୋନୀକୁ ଆସୁଥିବା ଖରାରୁ ବ୍ୟବହାର ବିଜୁଳି ପାଇଁ କରିହେବ । ଗବେଷକ ଏହି ବିଷୟରେ ଅବେଷଣା କରଛୁନ୍ତି । ଏଥିରେ ଅଧିକାଂଶ ଟ୍ରାନ୍ସପେରେଣ୍ଟ ସୋଲାର କନସେନଟ୍ରେଟର ଭଳି କାମ କରିଥାଏ । ଅର୍ଥାତ୍ ଏହି ପ୍ୟାନେଲ ନିର୍ଦ୍ଧିଷ୍ଟ ୟୁଭି ଏବଂ ଇନଫ୍ରାରେଡ୍ କିରଣକୁ ଶୋଷିନେବ, ଯାହା ଆମକୁ ଦେଖାଯାଇନଥାଏ । ଏହି କିରଣକୁ ଶକ୍ତିରେ ପରିବର୍ତ୍ତିତ କରି ଇଲେକ୍ଟ୍ରୋନିକ୍ ଡିଭାଇସ ପାଇଁ ବ୍ୟବହାର କରାଯାଇପାରିବ ।

ଏହି ଟେକ୍ନୋଲୋଜୀକୁ Photovoltaic Glass ବି କୁହାଯାଏ । ୨୦୧୪ ରେ ମିଚିଗାନ ଷ୍ଟେଟ୍ ୟୁନିଭର୍ସିିଟିରେ ଗବେଷକ ପ୍ରଥମ ଟ୍ରାନ୍ସପେରେଣ୍ଟ ସୋଲର ପାରଦର୍ଶିତା ସୋଲରା କନସେନଟ୍ରେଟର ପ୍ରସ୍ତୁତ କରିଥିଲେ । ଏହାପରେ ୨୦୨୦ରେ ୟୁଏସ ଏବଂ ୟୁରୋପର ବୈଜ୍ଞାନିକ ମାନେ ୧୦୦ ପ୍ରତିଶତ ଟ୍ରାନ୍ସପେରେଣ୍ଟ ସୋଲାର ଗ୍ଲାସ୍ ତିଆରି କରିଥିଲେ, ଯାହା ଏହି ପରିକଳ୍ପନାକୁ ଆହୁରି ସଫଳ କରିଛି । ଆଜିର ସମୟରେ ପ୍ରାୟ ସବୁ ଜାଗାରେ ଗ୍ଲାସର ବ୍ୟବହାର ହେଉଛି । ତେଣୁ ଏହି ନୂତନ ଉପାୟରେ ବିଜୁଳି ସମସ୍ୟା ସହଜରେ ଦୂର କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking