27.1 C
Bhubaneswar
Wednesday, June 26, 2024
Homeଓଡିଶାବଜ୍ରାଘାତ ନେଲା ଆଉ ଏକ ଜୀବନ

ବଜ୍ରାଘାତ ନେଲା ଆଉ ଏକ ଜୀବନ

କୋରାପୁଟ : ବଜ୍ରାଘାତରେ ୧ ମୃତ , ୩ ଗୁରୁତର । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଲପଗୁଡ଼ା ଗାଁରେ ଏଭଳି ଘଟିଛି। ମୃତକଙ୍କ ନାଁ ଶିବ ମାଣ୍ଡି। ଆଜି ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି ଘଟଣା ଘଟିଛି। ସେହି ସମୟରେ ସଲପଗୁଡ଼ା ଗାଁରେ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି ହୋଇଥିଲା। ସେତେବେଳେ ଗାଁ ମୁଣ୍ଡରେ ଜମିରେ କିଛି ଲୋକ ମକା କ୍ଷେତରେ କାମ କରୁଥିଲେ। ବର୍ଷା ଓ ଘଡ଼ଘଡ଼ି ହେବାରୁ ସେମାନଙ୍କ ମଧ୍ୟରୁ ଏହି ୪ ଜଣ ସେଠାରେ ନିକଟରେ ଥିବା ଏକ କୁଡ଼ିଆକୁ ଚାଲି ଯାଇଥିଲେ। ସେମାନେ ସେଠାରେ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିଥିଲା। ଫଳରେ ଶିବ ମାଣ୍ଡିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କୁ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking