31.1 C
Bhubaneswar
Monday, April 6, 2026
Homeଓଡିଶାବଜ୍ରପାତ : ୧ ମୃତ, ୮ ଗୁରୁତର

ବଜ୍ରପାତ : ୧ ମୃତ, ୮ ଗୁରୁତର

କୋଣାର୍କ : ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୮ଜଣ ଆହତ ହୋଇଥିବା ଜଣାପଡ଼ିଛି। ଗ୍ରାମର ବିଜୁନା ପାଣିଙ୍କ ଜମିରେ ସୋମବାର ସକାଳ ସାଢ଼େ ୬ଟାରେ ତଳିରୁଆ କାର୍ଯ୍ୟ ହେଉଥିଲା। ଏଥିରେ ନିକଟସ୍ଥ ହରିଜନ ସାହିର କୁନ୍ତୀ ଭୋଇ, ଟିକିଲି ଭୋଇ, ବିନି ଭୋଇ, ଅନି ଭୋଇ, ରଶ୍ମିତା ଭୋଇ, ଦୁଲେଇ ଭୋଇ, ମାଳତୀ ଭୋଇ ଓ ଗୀତା ଭୋଇ କାର୍ଯ୍ୟ କରୁଥିଲେ। ଏହି ସମୟରେ ବଜ୍ରପାତ ହେଲା। ଫଳରେ ଜମି ମାଲିକଙ୍କ ସମେତ ଅନ୍ୟମାନେ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ରୋଗୀବୁହା ଗାଡ଼ିକୁ ଡକାଯାଇଥିଲା। ଗାଡ଼ି ୧ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଉତ୍ତେଜନା ଦେଖା ଦେଇଥିଲା। ନିକଟରେ କାର୍ଯ୍ୟ କରୁଥିବା ଅନ୍ୟ ଲୋକମାନେ ଶ୍ରୀ ପାଣିଙ୍କ ସମେତ ଅନ୍ୟମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଘରୋଇ ଗାଡ଼ିରେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୁନ୍ତୀଙ୍କୁ ମୃତ ଘୋଷଣା କରିଥିଲେ। ଟିକିଲି ଭୋଇ ଓ ବିନି ଭୋଇଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ଜମି ମାଲିକଙ୍କ ସମେତ ଅନ୍ୟ ଆହତଙ୍କୁ ପୁରୀ ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking