26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଜୀବନ ନେଲା ସ୍ମାଇଲ୍ ଡିଜାଇନିଂ ଅପରେସନ୍‌; ବିବାହର ସପ୍ତାହ ପୂର୍ବରୁ ଯୁବକ ମୃତ

ଜୀବନ ନେଲା ସ୍ମାଇଲ୍ ଡିଜାଇନିଂ ଅପରେସନ୍‌; ବିବାହର ସପ୍ତାହ ପୂର୍ବରୁ ଯୁବକ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ଲକ୍ଷ୍ମୀନାରାୟଣ ଭିଞ୍ଜାମ ନାମକ ଜଣେ ୨୮ବର୍ଷୀୟ ଯୁବକଙ୍କ ପକ୍ଷେ ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପ୍ରାଣଘାତୀ ସାବ୍ୟସ୍ତ ହୋଇଛି । ଆଗକୁ ତାଙ୍କର ବିବାହ ସ୍ଥିର ହୋଇଥିବାରୁ ସେ ନିଜ ଦାନ୍ତକୁ ଠିକ୍ କରିବା ପାଇଁ ଚିନ୍ତା କରିଥିଲେ । ପରେ ସେ ଜୁବ୍‌ଲି ହିଲ୍ସ ଅଞ୍ଚଳରେ ଥିବା ଏକ ସ୍ମାଇଲ୍ ଡିଜାଇନିଂ ସେଣ୍ଟର ଏମ୍‌ଏମ୍‌ଏସ୍ ଇଣ୍ଟରନ୍ୟାସନାଲ ଡେଣ୍ଟାଲ୍ କ୍ଲିନିକ୍‌କୁ ଯାଇ ପରାମର୍ଶ ନେଇଥିଲେ । ସେଠାରେ ତାଙ୍କୁ ଦାନ୍ତର ଅସ୍ତ୍ରୋପଚାର କରିବା ପାଇଁ କୁହାଯାଇଥିଲା । ସବୁକିଛି ଠିକ୍ ହେବା ପରେ ଆଜି ତାରିଖରେ ତାଙ୍କ ଦାନ୍ତ ଅସ୍ତ୍ରୋପଚାର କରାଯିବା ପାଇଁ ନିର୍ଦ୍ଧାରିତ କରାଯାଇଥିଲା । ଜଣେ ସାଙ୍ଗକୁ ଧରି ସେ ଆଜି ଆସି ଏଠାରେ ପହଞ୍ôଚବା ପରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା ।

କିନ୍ତୁ କିଛି ସମୟ ମଧ୍ୟରେ ଡେଣ୍ଟାଲ୍ କ୍ଲିନିକ ପକ୍ଷରୁ ତାଙ୍କ ପରିବାରକୁ ଲକ୍ଷ୍ମୀନାରାୟଣଙ୍କ ସ୍ଥିତ ବହୁତ ଜଟିଳ ଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ପରେ ଯେତେବେଳେ ଲକ୍ଷ୍ମୀନାରାୟଣଙ୍କ ବାପା, ମା ତଥା ଅନ୍ୟ ପରିବାର ବର୍ଗ ସେଠାରେ ପହଞ୍ôଚଲେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଗଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରେ ଡାକ୍ତରୀ ଟିମ୍ ଲକ୍ଷ୍ମୀନାରାୟଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ଲକ୍ଷ୍ମୀନାରାୟଣଙ୍କ ବାପା ରାମୁଲ ଭିଞ୍ଜାମ ଉକ୍ତ ଡେଣ୍ଟାଲ କ୍ଲିନିକ୍ ବିରୋଧରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କ ପୁଅର କୌଣସି ଶାରୀରିକ ସମସ୍ୟା ନଥିଲା । ୭ ଦିନ ପରେ ତା’ର ବିବାହ ହେବା ପାଇଁ ତାରିଖ ସ୍ଥିର ହୋଇଥିଲା । ଦାନ୍ତ ଅପରେସନ୍ ସମୟରେ ଜଣେ କିଭଳି ମୃତ୍ୟୁବରଣ କରିବ? ଚିକିତ୍ସା ଅବହେଳା ଯୋଗୁ ଏବଂ ଆନାସ୍ଥେସିୟାର ଓଭର ଡୋଜ୍ ଯୋଗୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ରାମୁଲ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking