28.1 C
Bhubaneswar
Thursday, July 4, 2024
Homeଅପରାଧପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ: ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ୍ ଆଶିଶ କୁମାର ତ୍ରିପାଠୀ ଏକ ହତ୍ୟା ମାମଲାର ବିଚାର କରି ବାସସୁଦେବପୁର ଥାନା ବିଷ୍ଣୁବିନ୍ଧା ଗ୍ରାମର ଅଗଣୀ ବେହେରାଙ୍କ ପୁତ୍ର ମଧୁସୂଦନ ବେହେରା (୪୫)କୁ ଧାରା ୩୦୨ ଅନଯାୟୀ ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ତେବେ ଜୋରିମାନା ଅନୁଦେୟ ହେଲେ ପୁଣି ୩ ମାସ କାରାଦଣ୍ଡ, ୪୯୮(କେ)ର ୩ ବର୍ଷ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନୋଦୟ ପୁଣି ୩ ମାସ ଜେଲଦଣ୍ଡେର ଦଣ୍ଡିତ କରିଛନ୍ତି । ତେବେ ଆଇନ ଅନୁଯାୟୀ ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲ ହୋଇ ଥିବାରୁ ଅଭିଯୁକ୍ତ ଆଜୀବନ ଜେଲ ଦଣ୍ଡ ଭୋଗିବେ । ପ୍ରକାଶ ଯେ ମଧୁସୂଦନ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତଗର୍ତ ଘଇଁସିବାଟି ଗ୍ରାମର ପଞ୍ଚାନନ ଲେଙ୍କାଙ୍କ କନ୍ୟା ଖୁଲଣାକୁ ବିବାହ କରିଥେôଲ ।

ବିବାହ ପରେ ୨ ଗୋଟି ପିଲାର ବାପା ହୋଇଥିବା ସତ୍ୱେ ସେ ନିଜର ପତ୍ନୀକୁ ଅଧିକ ଯୌତୁକ ଦାବି କରି ନିଜ ମା’ର ପ୍ରରୋଚନାରେ ପଡି ନିର୍ଯାତନା ଦେଇ ଆସୁଥିଲା । ଉଭୟ ସ୍ୱାମୀ-ସ୍ତ୍ରୀ ଗତ ୨୦୧୬ ମସିହା ଫେବୃଆରୀ ୧୨ ତାରିଖରେ ନିଜ ବେଡ ରୁମରେ ଶୋଇଥିବା ସମୟରେ ସ୍ୱାମୀ ଏକ ଧାରୁଆ ହାଣି ଜୀବନରୁ ମାରି ଦେଇଥିବାର ଅଭିଯୋଗ କରି ଖୁଲଣାର ଭାଇ ମନ୍ମଥ ତା ପରଦିନ ବାସେୁଦବପୁର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଆଧାରକରି ବାସୁଦେବପୁର ଥାନାରେ ଏକ ମାମଲା ରୁଜୁ କରି ମଧୂସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଧୁସୂଦନ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଅଟକ ଥିବା ବେଳେ ନିଜର ୨ ପୁଅ ବାପା ବିରୋଧରେ ସାକ୍ଷ ହୋଇଥିଲେ । ଏ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନ ଥିଲେ ମଧ୍ୟ ପାରିପାଶ୍ୱିର୍କ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉପେରାକ୍ତ ଜେଲଦଣ୍ଡାଦେଶ ଦେଇଛନ୍ତି । ମାମଲାଟିକୁ ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ ପ୍ରଦୀପ ସାମଲ, ଅରୁଣ କୁମାର ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking