30.1 C
Bhubaneswar
Wednesday, October 2, 2024
Homeଓଡିଶାପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡ

ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡ

ଆଠଗଡ : ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ବିଚାର କରି ଜଣେ ପିତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଗତ ୨୦୨୩ ମସିହା ଏପ୍ରିଲ ୩୦ ତାରିଖ ଭୋର ସମୟରେ ପୁତ୍ର ଅପର୍ତ୍ତି ମହାନ୍ତି ଓରଫ ହାଡିଆ ନିଜ ବାପା ବାଲୁଙ୍କେଶ୍ଵର ମହାନ୍ତିଙ୍କୁ ଲୁହା ଛଡରେ ଆକ୍ରମଣ କରି ହତ୍ୟା କରିଥିଲା । କୌଣସି କାମଧନ୍ଦା ନକରି ଅଭିଯୁକ୍ତ ଅପର୍ତ୍ତି ସବୁବେଳେ ବାପା ବାଲୁଙ୍କେଶ୍ଵରଙ୍କୁ ପଇସାପତ୍ର ମାଗି ନିଜ ଖର୍ଚ୍ଚ ତୁଲାଇବା ସହ ନିଶା ସେବନ ମଧ୍ୟ କରୁଥିଲା। ଘଟଣାର ପୂର୍ବଦିନ ଅର୍ଥାତ ୨୦୨୩ ଏପ୍ରିଲ ୨୯ ତାରିଖରେ ବାପାଙ୍କୁ ଟଙ୍କା ମାଗିବା ଓ ବାପା ନଦେବାରୁ ରାଗ ରଖି ୩୦ ତାରିଖ ଭୋର ସମୟରେ ବାଲୁଙ୍କେଶ୍ଵର ଘର ବାହାରେ ଫୁଲ ତୋଳୁଥିବାବେଳେ ଅପର୍ତ୍ତି ଏକ ଲୁହା ଛଡରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking