27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦେଶ ଉଦ୍ଦେଶ୍ୟରେ ଜେଲ୍‌ରୁ ସିସୋଦିଆଙ୍କୁ ଚିଠି; ‘ଆମ ପ୍ରଧାନମନ୍ତ୍ରୀ ଅପାଠୁଆ’

ଦେଶ ଉଦ୍ଦେଶ୍ୟରେ ଜେଲ୍‌ରୁ ସିସୋଦିଆଙ୍କୁ ଚିଠି; ‘ଆମ ପ୍ରଧାନମନ୍ତ୍ରୀ ଅପାଠୁଆ’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ତିହାର ଜେଲ୍‌ରେ ଥିବା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ଦେଶ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ କମ୍ ପାଠ ପଢ଼ିବା ଦେଶ ପାଇଁ ବିପଜ୍ଜନକ । ସିସୋଦିଆ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶିକ୍ଷାର ମହତ୍ତ୍ୱ ବୁଝନ୍ତି ନାହିଁ ଏବଂ ଗତ କିଛିବର୍ଷ ମଧ୍ୟରେ ସାରା ଦେଶରେ ୬୦ ହଜାର ସ୍କୁଲ୍ ବନ୍ଦ କରିଦେଇଛନ୍ତି । ସିସୋଦିଆ ପ୍ରଧାନମନ୍ତ୍ରୀଙ୍କ ଉପରେ ଟିପ୍ପଣୀ କରି କହିଛନ୍ତି, ଦେଶର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ ।

ସିସୋଦିଆ ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ବାଧାନିକ ପଦବୀକୁ ନେଇ ଗୁରୁତର ଅଭିଯୋଗ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହୋଇଥିବାରୁ ବିଶ୍ୱର ରାଷ୍ଟ୍ରାଧ୍ୟକ୍ଷମାନେ ତାଙ୍କୁ ଆଲିଙ୍ଗନ କରି ନିଜ କାର୍ଯ୍ୟ ହାସଲ ପାଇଁ ବହୁ କାଗଜ ଉପରେ ତାଙ୍କର ସ୍ୱାକ୍ଷର କରାଇ ନେଉଛନ୍ତି । କମ୍ ପଢ଼ିଥିବାରୁ ସେ କିଛି ବୁଝିପାରୁ ନାହାନ୍ତି । ସିସୋଦିଆ ଆହୁରି ଲେଖିଛନ୍ତି, ଆଜି ଦେଶର ଯୁବସମାଜ ମହତ୍ୱାକାଂକ୍ଷୀ, ସେମାନେ କିଛି କରିବାକୁ ଚାହାନ୍ତି । ଏଥିପାଇଁ ଅବସରର ସନ୍ଧାନରେ ରହିଛନ୍ତି । ସାଇନ୍ସ ଓ ଟେକ୍ନୋଲୋଜିରେ ସେମାନେ କମାଲ କରିବାକୁ ଚାହୁଁଛନ୍ତି । ଜଣେ ଅଳ୍ପ ଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କର କ’ଣ ଆଜିକାର ଯୁବ ସମାଜର ସ୍ୱପ୍ନ ପୂରଣ କରିବାର କ୍ଷମତା ରହିଛି?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking