19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଆସନ୍ତୁ ଜାଣିବା ଏହି ହ୍ରଦ ବିଷୟରେ କିଛି ରହସ୍ୟମୟୀ କଥା

ଆସନ୍ତୁ ଜାଣିବା ଏହି ହ୍ରଦ ବିଷୟରେ କିଛି ରହସ୍ୟମୟୀ କଥା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଥିବା ରୂପକୁଣ୍ଡ ‘କଙ୍କାଳ ହ୍ରଦ’ ନାଁରେ ପରିଚିତ। ଏହି ହ୍ରଦ ସମୁଦ୍ର ପତ୍ତନରୁ ପ୍ରାୟ ୧୬,୫୦୦ ଫୁଟ ଉଚ୍ଚରେ ରହିଛି। ଦୂରରୁ ଏହି ହ୍ରଦ ଦେଖୀବାକୁ ଖୁବ୍ ସୁନ୍ଦର ହୋଇଥିଲେ ହେଁ ପାଖରୁ ଏହାର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ହ୍ରଦଟିକୁ ପାଖରୁ ଦେଖୀ ଲୋକେ ଭୟଭୀତ ହୋଇଥାନ୍ତି। କାରଣ ହ୍ରଦ ଭିତରେ ଶହ ଶହ ନର କଙ୍କାଳ ଦେଖୀବାକୁ ମିଳେ। ହ୍ରଦର ପାଣି ବରଫ ହୋଇ ଜମି ରହୁଥିବା ବେଳେ ଋତୁ ଅନୁସାରେ ଏହା ତରଳିଥାଏ। ତା’ସହ ଏହାର ଆକାର ଛୋଟ ଓ ବଡ଼ ମଧ୍ୟ ହୋଇଥାଏ।

ଖରାଦିନେ ବରଫ ତରଳିବାରୁ ଏଥିରେ କଙ୍କାଳମାନ ଦେଖୀବାକୁ ମିଳିଥାଏ। ତେବେ ଏହି କଙ୍କାଳ ଶୀତଦିନେ ନଜର ଆସି ନ ଥାଏ। ଏବେ ସୁଦ୍ଧା ଏହି ହ୍ରଦରେ ୬୦୦-୮୦୦ ଲୋକଙ୍କ କଙ୍କାଳ ଥିବା ଜଣାପଡ଼ିଛି।ବରଫ ଜମି ରହୁଥିବାରୁ କିଛି କଙ୍କାଳରେ ମାଂସ ଲାଗି ଥିବା ଦେଖାଯାଏ। ଏହାକୁ ରହସ୍ୟମୟ ହ୍ରଦ ବୋଲି କହିଛନ୍ତି। କାରଣ ଏବେ ସୁଦ୍ଧା ଏହି ହ୍ରଦ ସମ୍ପର୍କରେ ବେଶି କିଛି ତଥ୍ୟ ଲୋକଙ୍କ ସାମ୍ନାକୁ ଆସିପାରି ନାହିଁ। କୁହାଯାଏ, ୧୯୪୨ରେ ଏଠାରେ ପ୍ରଥମେ ବ୍ରିଟିଶ ରେଞ୍ଜର୍ସ କଙ୍କାଳ ଦେଖୀବାକୁ ପାଇଥିଲେ। ସେହିପରି ଏହି ହାଡ଼ ତଥା କଙ୍କାଳକୁ ନେଇ ବହୁ କାହାଣୀ ମଧ୍ୟ ପ୍ରଚଳିତ।

୨୦୦୪ରେ ବୈଜ୍ଞାନିକମାନେ କାର୍ବନ ଡେଟିଂ ମାଧ୍ୟମରୁ ଜାଣିବାକୁ ପାଇଥିଲେ, ଏହି କଙ୍କାଳଗୁଡ଼ିକ ହଜାରେ ବର୍ଷ ପୁରୁଣା। ଏପରିକି କିଛି କଙ୍କାଳ ୧୦୦ ବର୍ଷ ତଳର। ପୁଣି ସେମାନେ ଏଭଳି ବି କହିଛନ୍ତି, ଏହି ସମସ୍ତ କଙ୍କାଳ ଯେଉଁମାନଙ୍କର ସେମାନେ ଗୋଟିଏ ଦିନରେ ପ୍ରାଣ ହରାଇ ନାହାନ୍ତି। ସେମାନଙ୍କ ମୃତ୍ୟୁ ଭିନ୍ନ ଭିନ୍ନ ଦୁର୍ଘଟଣାରେ ହୋଇଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking