19.1 C
Bhubaneswar
Sunday, November 24, 2024
Homeଓଡିଶାସୁରକ୍ଷା ବଳୟରେ ବିଧାନସଭା

ସୁରକ୍ଷା ବଳୟରେ ବିଧାନସଭା

– ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ସିପି
– ଜଗିବେ ୩୦ପ୍ଲାଟୁନ୍ ଫୋର୍ସ, ୯୨ ଅଧିକାରୀ
ଭୁବନେଶ୍ୱର:  ଆସନ୍ତାକାଲି ଠାରୁ ବିଧାନସଭାରେ ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ବିଧାନସଭା ପରିସର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କମିଶନରେଟ୍ ପୁଲିସ ଓ ସିକ୍ୟୁରିଟି ୱିଙ୍ଗ୍‌ଙ୍କ ସୁରକ୍ଷା ପ୍ରସ୍ତୁତି ଦେଖି ସିପି ଖୁସି ହୋଇଛନ୍ତି । କୋଭିଡ଼ କଟକଣା କୋହଳ ହୋଇଥିବାରୁ ଅଧିକ ଗହଳି ହେବାର ସମ୍ଭାବନା ରହିଛି । ଏହାକୁ ଧ୍ୟାନରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ସବୁଥର ଭଳି ଏଥର ମଧ୍ୟ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଏଥିପାଇଁ ୫ଟି କଣ୍ଟ୍ରୋଲ୍ ରୁମ୍ କରାଯାଇଛି । ଉତ୍ତର ଗେଟ୍‌, ଧାରଣାସ୍ଥଳ ଓ ମିଳିତ କଣ୍ଟ୍ରୋଲରୁମ୍ ହୋଇଛି । ଏହାସହ ୩୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ୱର ଡ଼ିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିଛି । ଏହି ଦାୟିତ୍ୱରେ ୬ଜଣ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଜଣ ଇନ୍ସିପେକ୍ଟର, ୬୨ଜଣ ଏସ୍‌ଆଇ/ଏଏସ୍‌ଆଇ ଅଧିକାରୀ, ଏପିଆର୍ ୫୭ଜଣ, ଟ୍ରାଫିକ୍‌ର ୧୩ଜଣ, ଓ.ଆର୍‌ର ୭୬ଜଣ, ୨ୟୁନିଟ୍ ଏସ୍‌ଟିୟୁ, ୧୪ଜଣ ହୋମଗାର୍ଡ ମୁତୟନ ହେବା ନେଇ ସୂଚନା ମିଳିଛି ।

ସମ୍ଭାବ୍ୟ ବଡ଼ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟାକ୍ଟିକାଲ୍ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କୁଇକ୍ ଆକ୍ସନ ଟିମ୍ ବିଧାନସଭା ପରିସରରେ ଅଛନ୍ତି । ଏହାସହ ସାଦାପୋଷାକରେ ଗୁଇନ୍ଦା ବିଭାଗ କର୍ମଚାରୀ, ବାହାରେ ଦୁଇଥାକିଆ ସଶସ୍ତ୍ରକାରୀ ପୁଲିସ ବାହିନୀ ମୁତୟନ ହୋଇଛନ୍ତି । ଏହାସହ ଗୁଇନ୍ଦା ଓ ସ୍ପେଶାଲ ବ୍ରାଞ୍ଚ ମିଳିତ ଭାବେ ସୂଚନା ଦେବାକୁ କୁହାଯାଇଛି । ବିଶେଷକରି ଧାରଣାସ୍ଥଳରେ ଗୁଇନ୍ଦା କର୍ମଚାରୀଙ୍କୁ ସକ୍ରିୟ କରାଯାଇଛି ।

କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ନେଇ ଖବର ମିଳିଲେ, ସେମାନେ ତୁରନ୍ତ ଖବର ଦେବେ । ଏହାସହ ଆତ୍ମାହୂତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସେହିପରି ଆବଶ୍ୟକ ଅନୁସାରେ ସିସିଟିଭି ଲଗାଯାଇଛି । ଏହାସହ ଆତଙ୍କବାଦୀଙ୍କୁ ସାମ୍ନା କରିବା ପାଇଁ ସ୍ୱତନ୍ତ୍ର ଫୋର୍ସର ବ୍ୟବସ୍ଥା କରାଯାଇଛି । ବିଧାନସଭା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ସମୟରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଡିଆଇଜି ଅନୁପ ସାହୁ, ଡ଼ିସିପି ପ୍ରତୀକ ଗୀତା ସିଂ, ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀଙ୍କ ସମେତ  ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking