26.1 C
Bhubaneswar
Friday, March 29, 2024
Homeଓଡିଶାରାଜଧାନୀର ୪୩ ସ୍ଥାନରେ ଗଡ଼ିବ ରଥ

ରାଜଧାନୀର ୪୩ ସ୍ଥାନରେ ଗଡ଼ିବ ରଥ

ଭୁବନେଶ୍ୱର:  ରାଜଧାନୀର ୪୩ ଟି ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପାବନ ଅବସରରେ ବିଭିନ୍ନ ମନ୍ଦିର ଓ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି । ଅନ୍ୟପଟେ ଦୀର୍ଘ ୨ବର୍ଷ ପରେ ରାଜଧାନୀବାସୀ ରଥ ଟାଣିବାର ସୁଯୋଗ ପାଇବେ ତେଣୁ ସହର ଉତ୍ସବ ମୁଖର ହୋଇପଡ଼ିଛି । ରାଜଧାନୀର ପ୍ରସିଦ୍ଧ ରଥଯାତ୍ରା ମଧ୍ୟରୁ ଇସ୍କନ ମନ୍ଦିର ପକ୍ଷରୁ ପାଳନ କରାଯାଉଥିବା ଘୋଷଯାତ୍ରାରେ ଚଳିତ ବର୍ଷ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ସକାଳ ୮ ଟା ୩୦ରେ ଏଠାରେ ରଥ ପ୍ରତିଷ୍ଠା କରାଯିବା ସହ ୧୧ଟାରେ ପହଣ୍ଡିବିଜେ ନୀତି ଅନୁଷ୍ଠିତ ହେବ ।

ମଧ୍ୟାହ୍ନ ୧୨ଟାରେ ଭୋଗ ଅର୍ପଣ ଓ ଆଳତୀ କରାଯିବ । ସେହିପରି ଅପରାହ୍ନରେ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପକ୍ଷରୁ ସୂଚନା ମିଳିଛି । ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରଥ ଗୁଣ୍ଡିଚା ମନ୍ଦିରଠାରେ ମହଞ୍ଚାଇôାକୁ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ୧୦ ତାରିଖରେ ଶ୍ରୀ ଜିଉଙ୍କ ସୁନାବେଶ କାର୍ଯ୍ୟକ୍ରମ ରହିଛି । ସୂଚନା ଥାଉକି, କେଳଥିଆସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ଅନୁରୂପ ଭାବେ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ରଥ ପଥ ପ୍ରସ୍ତୁତ ରହିଥିବାବେଳେ ଶ୍ରଦ୍ଧାଳୁ ଗୁରୁବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିଛନ୍ତି । ଅନ୍ୟପଟେ ଜାଗମରା, ବରମୁଣ୍ଡା, କିସ୍‌, ପଟିଆ ଆଦି ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମିଳନ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking