25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଆନ୍ଦୋଳନରତ ରେସଲର୍‌ଙ୍କୁ ନେତାଙ୍କ ସମର୍ଥନ

ଆନ୍ଦୋଳନରତ ରେସଲର୍‌ଙ୍କୁ ନେତାଙ୍କ ସମର୍ଥନ

ନୂଆଦିଲ୍ଲୀ: ଗତ ରବିବାରଠାରୁ ପୁଣିଥରେ ଜନ୍ତର ମନ୍ତରଠାରେ ଆନ୍ଦୋଳନକୁ ଓହ୍ଲାଇଥିବା ରେସଲର୍‌ଙ୍କୁ ମଙ୍ଗଳବାର କେତେକ ନେତାଙ୍କ ସମର୍ଥନ ମିଳିଛି । ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା ଦେଶର ପ୍ରମୁଖ ରେସଲର୍‌ମାନେ ସୋମବାର ବିଭିନ୍ନ ମହଲରୁ ସମର୍ଥନ ଲୋଡ଼ିଥିଲେ । ତେଣୁ ମଙ୍ଗଳବାର ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା, କଂଗ୍ରେସ ନେତା ଉଦିତ ରାଜ ଓ ସିପିଆଇଏମ୍ ନେତ୍ରୀ ବୃନ୍ଦା କରାତ୍ ଏବଂ କେତେକ ଖାପ୍ ମୁଖ୍ୟ ଏହି ଆନ୍ଦୋନଳକୁ ସମର୍ଥନ କରିବା ସହ ରେସଲର୍‌ମାନଙ୍କ ସହ ଆଲୋଚନା କରିଛନ୍ତି ।

ହୁଡ୍ଡା ପାଖାପାଖି ୩୫ ମିନିଟ୍ ଧରି ଆଲୋଚନା କରିଥିବା ବେଳେ ରାଜ ସେମାନଙ୍କୁ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସେହିପରି କୃଷି ନୀତି ବିରୋଧରେ ଦେଶରେ ସଂଘଟିତ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିବା ଭାରତ କିସାନ୍ ୟୁନିଅନ୍ (ବିକେୟୁ) ପ୍ରତିନିଧି ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି । ଏପରିକି କେତେକ କୁନି ପିଲା ସେମାନଙ୍କ ପିଗି ବ୍ୟାଙ୍କ୍‌ରେ ଜମା ରଖିଥିବା ଟଙ୍କା ମଧ୍ୟ ରେସଲରମାନଙ୍କୁ ଦେଇଛନ୍ତି । ବଜରଙ୍ଗ ପୁନିଆ କୁନି ପିଲାମାନଙ୍କ ଏପରି ବଦାନ୍ୟତାକୁ ପ୍ରଶଂସା କରିବା ସହ ସେମାନେ ବିଶାଳ ହୃଦୟର ଅଧିକାରୀ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଏହି ମାମଲାରେ ସୁପ୍ରିମ୍‌କୋର୍ଟରେ ଆବେଦନ ହୋଇଥିବା ବେଳେ ମଙ୍ଗଳବାର ଏହା ଉପରେ ଶୀର୍ଷ କୋର୍ଟ ଦିଲ୍ଲୀ ସରକାର ଓ ଅନ୍ୟାନ୍ୟ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି । ବ୍ରିଜ୍ ଭୂଷଣଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ୭ ଜଣ ରେସଲର୍‌ଙ୍କ ପକ୍ଷରୁ ଦାଖଲ ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର କରିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ମଙ୍ଗଳବାର ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଏହି ମାମଲାରେ କେତେକ ବଳିଷ୍ଠ ଯୁକ୍ତି ଦର୍ଶାଇବା ଫଳରେ ସୁପ୍ରିମ୍‌କୋର୍ଟ ଏହାର ତୁରନ୍ତ ଶୁଣାଣି କରିଥିଲେ । ଏହି ମାମଲାରେ ପୁଲିସ୍ ପାଖରେ ତଦନ୍ତ ପାଇଁ ଧାରା ୧୫୬ ଆଧାରରେ ଯଥେଷ୍ଟ କ୍ଷମତା ରହିଛି ବୋଲ ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking