29.1 C
Bhubaneswar
Tuesday, October 22, 2024
Homeଖେଳଲୌରେନ୍ ଚିଟଲ୍ ଡବ୍‌ଲ୍ୟୁପିଏଲ୍‌ରୁ ବାଦ୍

ଲୌରେନ୍ ଚିଟଲ୍ ଡବ୍‌ଲ୍ୟୁପିଏଲ୍‌ରୁ ବାଦ୍

ମୁମ୍ବାଇ:  ଅଷ୍ଟ୍ରେଲିଆ ପେସର୍ ଲୌରେନ୍ ଚିଟଲ୍ ସ୍କିନ୍ କ୍ୟାନ୍‌ସର୍‌ର ଚିକିତ୍ସା ପାଇଁ ୱିମେନ୍ସ ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍‌) ୨୦୨୪ରୁ ବାଦ୍ ପଡ଼ିଛନ୍ତି ।  ଗତବର୍ଷ ଡିସେମ୍ବରରେ ଭାରତ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା ଚିଟଲ୍‌ଙ୍କ ବେକରେ ହୋଇଥିବା ସ୍କିନ୍ କ୍ୟାନ୍‌ସର୍‌ର ବୁଧବାର ସର୍ଜରୀ ପ୍ରକ୍ରିୟା କରାଯାଇଛି ।

ଗତବଷଁ ଡିସେମ୍ବରରେ ଅନୁଷ୍ଠିତ ଅକ୍ସନ୍‌ରେ ଚିଟଲ୍‌ଙ୍କୁ ଗୁଜରାଟ ଜାଏଣ୍ଟ୍‌ସ ନିଜ ସହିତ ସାମିଲ କରିଥିଲା । ଚଳିତ ବର୍ଷର ଡବ୍ଲ୍ୟୁପିଏଲ୍ ଫେବୃଆରୀ ୨୩ରୁ ବେଙ୍ଗାଲୁରେ ଆରମ୍ଭ ହେବ । ୨୫ ବର୍ଷୀୟା ପେସର୍ ୨୦୨୧ରେ ସମାନ ଧରଣ ଚିକିତ୍ସା ପାଇଁ ନ୍ୟୁ ସାଉଥ୍ ୱେଲ୍ସର ୱିମେନ୍ସ ନାସ୍‌ନାଲ୍ କ୍ରିକେଟ୍ ଲିଗ୍ ଖେଳିପାରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking