26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶ୧୫ରେ ପିଏମ୍ ପିଭିଟିଜି ବିକାଶ ମିଶନର ଶୁଭାରମ୍ଭ

୧୫ରେ ପିଏମ୍ ପିଭିଟିଜି ବିକାଶ ମିଶନର ଶୁଭାରମ୍ଭ

ନୂଆଦିଲ୍ଲୀ: ଜନ ଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୫ରେ ଅନୁସୂଚିତ ଜନଜାତିଙ୍କ ସଶକ୍ତିକରଣ ନିମନ୍ତେ ପିଏମ୍ ପିଭିଟିଜି ବିକାଶ ମିଶନ୍‌ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଏଥିପାଇଁ କେନ୍ଦ୍ର ସରକାର ୨୪,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୨୦ଟି ଜିଲ୍ଲାର ୨୨,୫୪୪ ଗ୍ରାମରେ ୭୫ ପିଭିଟିଜି ସମୁଦାୟ ବସବାସ କରୁଛନ୍ତି ।

ଏମାନଙ୍କର ଜନସଂଖ୍ୟା ପ୍ରାୟ ୨୮ ଲକ୍ଷ । ଏହି ଜନଜାତିମାନେ ଦୁର୍ଗମ, ବିଚ୍ଛିନ୍ନ ଓ ଅପହଞ୍ଚ ଇଲାକାରେ ବାସ କରୁଛନ୍ତି । ତେଣୁ ପିଭିଟିଜି ପରିବାର ଓ ବସତିଗୁଡିକୁ ସଡକ, ଦୂରସଞ୍ଚାର ଯୋଗାଯୋଗ, ବିଦ୍ୟୁତ୍ ସଂଯୋଗ, ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣର ଉନ୍ନତ ଉପଲବ୍ଧତା ଓ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରିବାକୁ ଏହି ମିଶନ୍‌କୁ କାର୍ଯ୍ୟକାରୀ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking