22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶଅଶ୍ଲୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲା : ସୁପ୍ରିମକୋର୍ଟରେ କୁନ୍ଦ୍ରାଙ୍କୁ ୪ ସପ୍ତାହ ମହଲତ

ଅଶ୍ଲୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲା : ସୁପ୍ରିମକୋର୍ଟରେ କୁନ୍ଦ୍ରାଙ୍କୁ ୪ ସପ୍ତାହ ମହଲତ

ନୂଆଦିଲ୍ଲୀ:  ଅଶ୍ଲୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲାରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରେ ରିଆତି ମିଳିଛି । ଆସନ୍ତା ଚାରି ସପ୍ତାହ ପର୍ଯ୍ୟନ୍ତ କୁନ୍ଦ୍ରାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ କୁନ୍ଦ୍ରା ପୂର୍ବରୁ ଆଗୁଆ ଜାମିନ ନିମନ୍ତେ ଆବେଦନ କରିଥିଲେ ସୁଦ୍ଧା ପ୍ରଥମେ ଫୌଜଦାରୀ ଅଦାଲତ ଏବଂ ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାର ପ୍ରତିବାଦରେ କୁନ୍ଦ୍ରା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ବିନୀତ ଶରନ୍ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ଏହି ପ୍ରସଙ୍ଗରେ କୁନ୍ଦ୍ରାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଚଳିତବର୍ଷ ଜୁଲାଇରେ କୁନ୍ଦ୍ରା ଗିରଫ ହୋଇଥିବାବେଳେ ସେପ୍ଟେମ୍ବରରେ ତାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା । ଅନ୍ୟ ମାମଲାରେ ଗିରଫଦାରୀ ଏଡାଇବାକୁ କୁନ୍ଦ୍ରା ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking