21.1 C
Bhubaneswar
Saturday, November 16, 2024
Homeଓଡିଶାହାତୀଙ୍କୁ ଦିଆଯିବ କୁମ୍‌କି ତାଲିମ

ହାତୀଙ୍କୁ ଦିଆଯିବ କୁମ୍‌କି ତାଲିମ

ଭୁବନେଶ୍ୱର: ହାତୀ ନେବେ କୁମ୍‌କି ତାଲିମ । ଜନବସତି ମୁହାଁ ବଣୁଆ ହାତୀକୁ ଘଉଡ଼ାଇବେ । ରାଜ୍ୟରେ ହାତୀ-ମଣିଷ ସଂଘର୍ଷ ପ୍ରତିହତ ଲାଗି ଏଭଳି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି ଯେ ପ୍ରାରମ୍ଭିକ ଭାବେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳରେ ଖୋଲିବ ହାତୀ ପାଠଶାଳା । ପରବର୍ତ୍ତୀ ସମୟରେ ଦେବ୍ରିଗଡ଼ ଅଭୟାରଣ୍ୟରେ ଦିଆଯିବ ଟ୍ରେନିଂ । ହାତୀଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟରେ ମାହୁନ୍ତଙ୍କ ଅଭାବ ଥିବାରୁ ଅନ୍ୟ ରାଜ୍ୟରୁ ମାହୁନ୍ତ ଆଣିବାକୁ ସ୍ଥିର ହୋଇଛି । ହାତୀଙ୍କୁ ତାଲିମ ଦିଆଯିବା କିଛି ନୂଆ କଥା ନୁହେଁ । ୯୦ ଦଶକରେ ଶିମିଳିପାଳ ଓ ଚନ୍ଦକାରେ ହାତୀଙ୍କୁ ଟ୍ରେନିଂ ଦେବା ବ୍ୟବସ୍ଥା ହୋଇଥିଲା ।

ମାତ୍ର କାଳକ୍ରମେ ଏହା ନିଷ୍କ୍ରୀୟ ହୋଇଯାଇଥିଲା । ତେବେ ବିଭିନ୍ନ କାରଣକୁ ନେଇ ହାତୀଙ୍କୁ ଟ୍ରେନିଂ ଦେବା ଲାଗି ବନବିଭାଗ ପୁଣି ନିଷ୍ପତ୍ତି ନେଇଛି । ଜଙ୍ଗଲର ସୁରକ୍ଷା, ଘଞ୍ଚ ଜଙ୍ଗଲରେ ରାସ୍ତା ସଫା, ବିପଦରେ ପଡ଼ିଥିବା ବଣ୍ୟଜନ୍ତୁଙ୍କୁ ଉଦ୍ଧାର, ବଣୁଆ ଜୀବଜନ୍ତୁଙ୍କୁ ଟ୍ରାଙ୍କୁଲାଇଜ କରି କାବୁ କରିବା ଏବଂ ଶିକାରୀଙ୍କ ଜବତ ସାମଗ୍ରୀ ପରିବହନରେ ଏମାନଙ୍କୁ ବ୍ୟବହାର କରାଯିବ । ପ୍ରଶିକ୍ଷଣ ଲାଗି କପିଳାସ ଚିଡ଼ିଆଖାନାରୁ ୫ଟି ହାତୀଙ୍କୁ ଚନ୍ଦକା ଅଭୟାରଣ୍ୟକୁ ଅଣାଯିବ । ତେବେ ସେଠାରେ ଥିବା ୭ଟିରୁ ୫ଟି ହାତୀଙ୍କୁ ଆଣିବା ଲାଗି ବନ ବିଭାଗ ଯୋଜନା କରିଥିବାରୁ ପର୍ଯ୍ୟଟକ କ’ଣ ଦେଖିବେ ବୋଲି ପ୍ରଶ୍ନ କରିଛନ୍ତି ପରିବେଶବିତ । ସେପଟେ ହାତୀ ଚଲାପଥ ଅବରୋଧ ଓ ଜଙ୍ଗଲହ୍ରାସ କାରଣରୁ ହାତୀ ଅନେକ ସମୟରେ ଗାଁ ଓ ସହର ଭିତରକୁ ପଳାଇ ଆସିବା ଦ୍ୱାରା ଧନଜୀବନ ନିଷ୍ଟ ହେଉଛି । ଜନବସତିକୁ ପଶି ଆସୁଥିବା ହାତୀଙ୍କୁ ଘଉଡାଇବାରେ ପ୍ରଶିକ୍ଷିତ ହାତୀ ବେଶ ଉପଯୋଗୀ ହେବେ ବୋଲି ଜଙ୍ଗଲ ବିଭାଗ ଆଶା ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking